28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶସ୍କୁଲର ଉନ୍ନତି ପାଇଁ ନରବଳି; ଶିଶୁ ହତ୍ୟା ଅଭିଯୋଗରେ ୩ ଶିକ୍ଷକ ସମେତ ୫ ଗିରଫ

ସ୍କୁଲର ଉନ୍ନତି ପାଇଁ ନରବଳି; ଶିଶୁ ହତ୍ୟା ଅଭିଯୋଗରେ ୩ ଶିକ୍ଷକ ସମେତ ୫ ଗିରଫ

ଲକ୍ଷ୍ନୌ: ସ୍କୁଲର ଉନ୍ନତି ପାଇଁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦିଆଯିବା ଭଳି ଅତ୍ୟନ୍ତ ସ୍ପର୍ଶକାତର ତଥା ଜଘନ୍ୟ ଅପରାଧ ସମ୍ପର୍କରେ ସୂଚନା ମିଳିଛି । ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲା ଅନ୍ତର୍ଗତ ରସଗାଓଁ ଅଞ୍ଚଳରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ବଳି ଦିଆଯାଇଥିବା ମୃତ ଛାତ୍ରଙ୍କ ନାଁ କୃତାର୍ଥ କୁଶୱାହା । ସେ ରସଗାଓଁ ସ୍ଥିତ ଡିଏଲ୍ ପବ୍ଳିକ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ । ପୁଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ମଧ୍ୟରେ ଡିଏଲ୍ ପବ୍ଳିକ ସ୍କୁଲର ମାଲିକ ଯଶୋଧନ ସିଂହ ଓ ତାଙ୍କ ପୁଅ ତଥା ସ୍କୁଲର ନିର୍ଦ୍ଦେଶକ ତଥା ପ୍ରିନ୍ସପାଲ୍ ଦୀନେଶ ସିଂହ ସାମିଲ ଥିବା ଜଣାପଡିଛି । ସେହିପରି ଗିରଫ ହୋଇଥିବା ଅନ୍ୟ ତିନି ଅଭିଯୁକ୍ତ ହେଲେ ଏହି ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷକ ।

ପୁଲିସ୍ ସୂଚନାନୁସାରେ ଡିଏଲ୍ ପବ୍ଳିକ ସ୍କୁଲର ମାଲିକ ଯଶୋଧନ ସିଂହ, ନିଜ ସ୍କୁଲର ଉନ୍ନତି ପାଇଁ ମନ୍ତ୍ରତନ୍ତ୍ରର ସହାୟତା ନେଉଥିଲେ । ନିକଟରେ ସେ ଏକ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସ୍କୁଲକୁ ଚର୍ଚ୍ଚିତ କରିବାକୁ ପରାମର୍ଶ ଲୋଡିଥିଲେ । ଉକ୍ତ ତାନ୍ତ୍ରିକଜଣକ ସେତେବେଳେ କୁଆଡେ ତାଙ୍କୁ ଏକ ଶିଶୁ ବଳି ଦେବାକୁ ପରାମର୍ଶ ଦେଇଥିଲା । ସୁତରାଂ ଯଶୋଧନ ସିଂହ ନିଜ ପୁଅ ଏବଂ ସ୍କୁଲର ୩ ଶିକ୍ଷକଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ । ସେମାନଙ୍କ ନଜରରେ କୃତାର୍ଥ ହିଁ ଥିଲେ । ବାହାରେ ଏକ ନଳକୂଅ ନିକଟରେ ସେମାନେ କୃତାର୍ଥଙ୍କୁ ମାରିଥା’ନ୍ତେ ବୋଲି ଯୋଜନା କରିଥିଲେ । କିନ୍ତୁ ସେମାନେ ତାଙ୍କୁ ହଷ୍ଟେଲରୁ ଉଠାଇ ନେଉଥିବା ବେଳେ ସେ ଚିତ୍କାର କରିଥିଲେ । ସେଥିପାଇଁ ଅଭିଯୁକ୍ତମାନେ ସେହିଠାରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ।

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସ୍କୁଲ ପାଖରୁ ଗଣିଗାରେଡିରେ ବ୍ୟବହୃତ କିଛି ଜିନିଷକୁ ଜବତ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତମାନେ ପୁଲିସ୍‌କୁ ଦେଇଥିବା ବୟାନ୍ ଅନୁସାରେ ସେମାନେ ସେପ୍ଟେମ୍ବର ୬ ତାରିଖରେ ଜଣେ ଛାତ୍ରଙ୍କୁ ବଳି ଦେବାକୁ ପ୍ରୟାସ କରିଥିଲେ । କିନ୍ତୁ ସେମାନେ ବିଫଳ ହୋଇଥିଲେ । ତେଣୁ କୃତାର୍ଥଙ୍କୁ ସେପ୍ଟେମ୍ବର ୨୨ ତାରିଖ (ରବିବାର) ରାତିରେ ସେମାନେ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking