18.1 C
Bhubaneswar
Wednesday, February 4, 2026
Homeଓଡିଶାହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

-କାମ କରୁନି ଏକାଧିକ ଅଙ୍ଗପ୍ରତ୍ୟଙ୍ଗ
-ହାଇ ଭେଣ୍ଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା
-ସହାୟତା କରିବାକୁ ସରକାରଙ୍କୁ ମା’ଙ୍କ ନିବେଦନ
-ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଚିନ୍ତା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏମ୍ସର ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହ୍ୟୁମାନ ସାଗର ଓଡ଼ିଶାର ଜଣେ ଲୋକପ୍ରିୟ ପ୍ରତିଭାବାନ ସଙ୍ଗୀତଜ୍ଞ। ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଡାକ୍ତରମାନେ ସର୍ବୋତ୍ତମ ଉଦ୍ୟମ ଜାରି ରଖନ୍ତୁ। ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ମେଡିକାଲ୍ ବୁଲେଟିନରେ କୁହାଯାଇଛି ଯେ ହ୍ୟୁମାନ ସାଗର ଏବେ ମେଡିକାଲ୍ ଆଇସିୟୁରେ ଅଛନ୍ତି । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନାହିଁ। ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା, କିଡନୀ ଓ ଲିଭରଜନିତ ରୋଗରେ ହ୍ୟୁମାନ ପୀଡ଼ିତ ଅଛନ୍ତି। ହ୍ୟୁମାନ ସାଗରଙ୍କୁ ହାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଡାଏଲେସିସ୍ ଚାଲିଛି। ତାଙ୍କୁ ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ୍ସ, ଆଣ୍ଟିଫଙ୍ଗାଲ୍ ଏବଂ ଅନ୍ୟ ଲାଇଫ୍ ସପୋର୍ଟରେ ରଖାଯାଇଛି। ହ୍ୟୁମାନଙ୍କ ଉପରେ ଏମ୍‌ଆଇସିୟୁ ଟିମ୍ ନଜର ରଖିଛି। ହ୍ୟୁମାନଙ୍କ ଚିକିତ୍ସା କରୁଛନ୍ତି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର। ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅଧିକ ଚିକିତ୍ସା ପାଇଁ ହ୍ୟୁମାନଙ୍କୁ ଶୁକ୍ରବାର ମଧ୍ୟାହ୍ନରେ କଟକରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ୨୪ ଘଣ୍ଟା ବିତିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ନାହିଁ। ସେପଟେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି, ମୋ ପୁଅ ଭେଣ୍ଟିଲେଟରେ ଅଛି। ଦୟାକରି ମୋ ପୁଅ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି। ଗତକାଲି ଜରୁରୀକାଳୀନ ବିଭାଗରେ ପ୍ରାରମ୍ଭିକ ସ୍ଥିରତା ପରେ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ହ୍ୟୁମାନ ସାଗର । ଅତ୍ୟଧିକ କ୍ରନିକ୍ ଯକୃତ ବିଫଳତା, ବିଲାଟେରାଲ ନିମୋନିଆ, ଗୁରୁତର ଏଲ୍‌ଭି ସିଷ୍ଟୋଲିକ୍ ଡିସ୍‌ଫଙ୍କ୍‌ସନ ସହିତ ଡିଲାଟେଡ୍ କାର୍ଡିଓମାୟୋପାଥି ଚିହ୍ନଟ ହୋଇଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ହ୍ୟୁମାନ ଅସୁସ୍ଥ ହୋଇ ଗତ ୧୨ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking