କଟକ: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗ । କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା । ଅତିରିକ୍ତ ଡିସିପି ପଣ୍ଡା କହିଛନ୍ତି ଯେ ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା । ଏତଲାକୁ ଭିତ୍ତି କରି ତଦନ୍ତ ହେବ, ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଯେଉଁମାନଙ୍କ ନାଁ ଏତଲାରେ ଅଛି ସେମାନଙ୍କୁ ନୋଟିସ୍ କରି ଡକାଯିବ । ମାମଲାର ବ୍ୟାପକ ତଦନ୍ତ କରାଯିବ । ସୂଚନାଯୋଗ୍ୟ, ଗତ ରବିବାର ଦିନ ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି କଟକ ମର୍କତ ନଗର ଥାନାରେ ଏତଲା ଦେଇଥିଲେ ହ୍ୟୁମାନଙ୍କ ମାଆ । ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିବା ସହ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ସେ ଉଲ୍ଲେଖ କରିଥିଲେ । ଏତେଲା କରି ଅବହେଳା, ଦୁର୍ବବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ମଧ୍ୟ ଦାବି କରିଥିଲେ । ଷଡଯନ୍ତ୍ର, ଆର୍ଥିକ ହେରାଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତ ତଦନ୍ତ ଦାବି କରିଥିଲେ । ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦିଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ବୋଲି ଏତେଲା ଉଲ୍ଲେଖ କରିଥିଲେ । ଏଥିସହ ଆଉ କିଛି ନିକଟ ସମ୍ପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ କରିଥିଲେ । ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ଏହା ସହ ଅର୍ପିତା ଚୌଧୁରୀଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ହ୍ୟୁମାନଙ୍କ ମାଆ ।










