14.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଚୀନ୍‌ରେ ବୃହତ୍ ସୁନା ଖଣି ଠାବ

ଚୀନ୍‌ରେ ବୃହତ୍ ସୁନା ଖଣି ଠାବ

ବେଜିଂ: ଚୀନ୍‌ରେ ଏକ ବିଶାଳକାୟ ସୁନା ଖଣି ଠାବ ହୋଇଥିବା ସୂଚନା ମିଳିଛି। ଏହି ଖଣିରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍‌ରୁ ଅଧିକ ପରିମାଣର ଉଚ୍ଚ ଗୁଣାତ୍ମକ ସୁନା ଥିବା ଆକଳନ କରାଯାଉଛି। କେନ୍ଦ୍ରୀୟ ଚୀନ୍ ଅର୍ଥାତ୍ ହୁନାନ୍ ପ୍ରଦେଶର ପିଙ୍ଗଜିଆଙ୍ଗ କାଉଣ୍ଟିରେ ଏହି ସୁନା ଖଣିଟି ଅବସ୍ଥିତ। ଏଠାରେ ମହଜୁଦ୍ ଥିବା ସୁନାର ମୂଲ୍ୟ ପ୍ରାୟ ୮୩୦୦ କୋଟି ଡଲାର ହେବ। ଏସମ୍ପର୍କୀତ ଚୀନ୍ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଏହାକୁ ବିଶ୍ୱର ସବୁଠୁ ବଡ଼ ସୁନା ଖଣି ବୋଲି କୁହାଯାଉଛି। ଏଠାରେ ଭୂବିଜ୍ଞାନୀମାନେ ୨ କିଲୋମିଟର ପର୍ଯ୍ୟନ୍ତ ୪୦ଟି ସୁନା ଖଣି ଚିହ୍ନଟ କରିଛନ୍ତି, ଏସବୁ ଲମ୍ବ ଆକାରରେ ରହିଛି।

ପ୍ରାଥମିକ ଆକଳନ ଅନୁସାରେ, ଗୋଟିଏ ଗୋଟିଏ ସୁନା ଖଣିରେ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ସୁନା ରହିଥାଇପାରେ। ୩-ଡି ମଡେଲିଂରୁ ସୁନା ଖଣିର ଗଭୀରତା ଆହୁରି ଅଧିକ ହୋଇପାରେ, ସମ୍ଭବତଃ ଏହା ୩ କିଲୋମିଟର ପର୍ଯ୍ୟନ୍ତ ଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ଚୀନର ସୁନା ଶିଳ୍ପ ଉପରେ ବଡ଼ ପ୍ରଭାବ ପକାଇବ। ପ୍ରକାଶ, ଚୀନ୍ ବିଶ୍ୱର ସୁନା ଉତ୍ପାଦନରେ ଏକ ପ୍ରମୁଖ ଭୂମିକା ତୁଲାଇଥାଏ। ବିଶ୍ୱସ୍ତରରେ ବାର୍ଷିକ ମୋଟ୍ ପରିମାଣର ସୁନା ଉତ୍ପାଦନର ପ୍ରାୟ ୧୦% ପର୍ଯ୍ୟନ୍ତ ସୁନା କେବଳ ଚୀନ୍‌ରୁ ହିଁ ଆସିଥାଏ। ୨୦୨୪ ପୂର୍ବରୁ ଚୀନ ବିଶ୍ୱ ବଜାରକୁ ୨୦୦୦ ଟନରୁ ଅଧିକ ସୁନା ଯୋଗାଇସାରିଛି। ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ବିଶ୍ୱରେ ମୂଲ୍ୟବାନ ଧାତୁର ଚାହିଦା ବଢ଼ି ଚାଲିଥିବାରୁ ଏହି ଘୋଷଣା ସୁନା ମୂଲ୍ୟରେ ବୃଦ୍ଧି ଘଟାଇ ପାରେ ବୋଲି ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking