25.1 C
Bhubaneswar
Monday, December 8, 2025
Homeଓଡିଶାନକ୍ସଲ ଆଡ୍ଡାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ନକ୍ସଲ ଆଡ୍ଡାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ସୀମାନ୍ତରେ ଥିବା ଝାଡଖଣ୍ଡ ରାଜ୍ୟର ହଜାରିବାଗଠାରେ  ପୁଲିସ ଏବଂ ସିଆରପିଏଫ ଦ୍ୱାରା ଚାଲିଥିବା   ନକ୍ସଲ ବିରୋଧୀ ଅଭିଯାନରେ ଯବାନଙ୍କୁ ଏକ ବଡ ସଫଳତା  ମିଳିଛି ।  ପୁଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ   ବୋକାରୋ- ହଜାରିବାଗ ସୀମାନ୍ତ  ଅଞ୍ଚଳରେ  ଆଜି ସକାଳେ  ଏକ ସ୍ୱତନ୍ତ୍ର  ସର୍ଚ୍ଚ ଅପରେସନ ଚଳାଉଥିବା ବେଳେ  ଗୋଟିଏ ମାଓ ଶିବିରକୁ ନଷ୍ଟ  କରିଦେଇଛି । ଏହି ମାଓ ଶିବିରରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାର କରିଛି ।   ଉଦ୍ଧାର ସାମଗ୍ରୀରେ ଦୁଇଟି ଏସଏଲଆର, ରାଇଫଲ, ମାଗାଜିନ, ବହୁ ସଂଖ୍ୟକ କାଟ୍ରିଜ, ବ୍ୟାକପ୍ୟାକ, ପୋଷାକ ଏବଂ ବିଭିନ୍ନ  ନିତ୍ୟ ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସାମିଲ ରହିଛି । ଏହି ସଫଳତାକୁ ପୋଲିସମାନେ ବଡ ସଫଳତା ବୋଲି ଭାବୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking