17.1 C
Bhubaneswar
Wednesday, February 11, 2026
Homeଓଡିଶାଥାନାରେ କେମିତି ବ୍ୟବହାର କରିବେ ପୋଲିସ୍ ଅଫିସର? ଏସଓପି ଆଣିଲେ ରାଜ୍ୟ ସରକାର..

ଥାନାରେ କେମିତି ବ୍ୟବହାର କରିବେ ପୋଲିସ୍ ଅଫିସର? ଏସଓପି ଆଣିଲେ ରାଜ୍ୟ ସରକାର..

ବ୍ୟୁରୋ: ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଥାନାରେ କିଭଳି ବ୍ୟବହାର କରିବେ ପୁଲିସ ଅଫିସର ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଏସଓପି ଆଣିଛନ୍ତି। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ୩୧ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ। ଆସନ୍ତା ମଙ୍ଗଳବାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ସେନା ଅଧିକାରୀ ଥାନାକୁ ଆସିଲେ ଭଲ ବ୍ୟବହାର କରିବେ ଥାନାବାବୁ
ସମସ୍ୟା ଓ ଅଭିଯୋଗକୁ ଶୁଣିବା ସହିତ ସହାୟତା ପ୍ରଦାନ କରିବେ
ଲିଖିତ ଅଭିଯୋଗ କଲେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ
ମୌଖିକ ଅଭିଯୋଗ କଲେ ମଧ୍ୟ ଏଫଆଇଆର କରିବେ ପୋଲିସ ବାବୁ
ଅଭିଯୋଗକାରୀଙ୍କ ହସ୍ତାକ୍ଷର ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବେ
ଡ୍ୟୁଟିରେ ଥିବା ସେନା ଅଧିକାରୀଙ୍କୁ ଗିରଫ କରିପାରିବନି ପୋଲିସ
ଗିରଫ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବାଧ୍ୟତାମୂଳକ
ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ୱତନ୍ତ୍ର ଗାଇଡଲାଇନ୍‌ ରହିଛି
ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଗିରଫ ପାଇଁ ଅନୁମତି ମାଗିବ ପୋଲିସ
ନିକଟସ୍ଥ ଷ୍ଟେସନ କମାଣ୍ଡରଙ୍କ ଅନୁମତି ଲୋଡ଼ିବ ପୋଲିସ
ମେଜର ଜେନେରାଲ କିମ୍ବା ତଦୁର୍ଦ୍ଧ ରାଙ୍କର ଅଫିସର ଅନୁମତି ଦେବେ
ଅନୁମତି ନମିଳିଲେ ମିଲିଟାରୀ ପୋଲିସକୁ ହସ୍ତାନ୍ତର ବାଧ୍ୟତାମୂଳକ
ଦୁଷ୍କର୍ମ, ହତ୍ୟା ଓ ଅପହରଣ ଭଳି ମାମଲାରେ ଗିରଫ କରିପାରିବ ପୋଲିସ
ଡ୍ୟୁଟି ବାହାରେ ଜଘନ୍ୟ ଅପରାଧ ପାଇଁ ଗିରଫ କରିପାରିବ ପୋଲିସ
ଗିରଫ ପରେ ନିକଟସ୍ଥ ମିଲିଟାରୀ ଷ୍ଟେସନ ହେଡକ୍ୱାର୍ଟରକୁ ଜଣାଇବ
ସେନା ଅଧିକାରୀଙ୍କୁ ଗିରଫ କରି ହାତକଡ଼ି ପକାଇ ପାରିବ ନାହିଁ ପୋଲିସ
କଷ୍ଟୋଡିରେ ଯବାନଙ୍କୁ ଦୁର୍ବ୍ୟବହାର କିମ୍ବା ମାଡ଼ ମାରିପାରିବ ନାହିଁ ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking