14.1 C
Bhubaneswar
Monday, December 8, 2025
Homeଓଡିଶାଆମ ଓଡିଆ ଭାଷା କେତେ ପୁରୁଣା ପ୍ରମାଣିତ

ଆମ ଓଡିଆ ଭାଷା କେତେ ପୁରୁଣା ପ୍ରମାଣିତ

ଭୁବନେଶ୍ୱର: ଓଡିଶା ଲିଟେରାଲି ଫେଷ୍ଟିଭାଲ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ରଖିଛନ୍ତି । ଭାଷା ମାନବ ସଭ୍ୟତାର ପ୍ରାଣକେନ୍ଦ୍ର,ଓଡିଆ ହେଉଛି ଏକ ପ୍ରଚୀନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳର ଖାରବେଳଙ୍କ  ହାତୀଗୁମ୍ଫା ଶିଳାଲିପି  ରହିଛି । ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ ବୌଦ୍ଧପୀଠରେ ବିଭିନ୍ନ ଉପାଦାନ ରହିଛି । ବହୁ ପ୍ରାଚୀନ ଅଭିଲେଖ, ତାମ୍ରଫଳକ, ପୁରୁଣା ପୋଥି ବି ରହିଛି ।  ବିଭିନ୍ନ ତାଳପତ୍ର ଖେଦାରୁ ଆମ ଓଡିଆ ଭାଷା କେତେ ପୁରୁଣା ତାହା ପ୍ରମାଣିତ । ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତ ଓଡିଶାର ଘରେ ଘରେ ପରିଚିତ ।  ଏହି ଗ୍ରନ୍ଥ ଓଡିଶାବାସୀଙ୍କ ସ୍ୱାଭିମାନ ଓ ଅସ୍ମିତା  ଉଜାଗର କରିଛି ।  ଭାଗବତ ଟୁଙ୍ଗୀ ଓଡିଆଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜାଗରଣରେ ସହାୟକ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking