ଭୁବନେଶ୍ୱର: ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣ ହରାଇଛନ୍ତି । ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଛାତ୍ରୀଙ୍କ ଏଭଳି ମୃତ୍ୟୁ ହୃହୟ ବିଦାରକ ଘଟଣ।। ଏଥିପାଇଁ ମୁଁ ମର୍ମାହତ । ଛାତ୍ରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆହୁରି କହିଛନ୍ତି, ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ସରକାରଙ୍କ ନିଷ୍ଟ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସରକାର କେତେ ଆଉ ନିରୀହ ଜୀବନ ଏପରି ଜାଳିବାକୁ ଛାଡିଦେବେ ବୋଲି ପ୍ରଶ୍ନ କରିଛନ୍ତି? ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧମାନେ ଖୁଲମଖୁଲା ବୁଲୁଛନ୍ତି । ସରକାର କାହାକୁ ସୁରକ୍ଷା ଦେଉଛନ୍ତି? ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡିବା ଦିଗରେ ସରକାର କଠୋର ହୁଅନ୍ତୁ । ଲୋକଙ୍କୁ ନ୍ୟାୟ ମିଳୁ, ଅପରାଧୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।










