17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶବିଦ୍ୟୁତ ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ, ୩ମୃତ୍ୟୁ ୬ ଜଣ ଆହତ

ବିଦ୍ୟୁତ ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ, ୩ମୃତ୍ୟୁ ୬ ଜଣ ଆହତ

ଝାରଖଣ୍ଡ: ବିଦ୍ୟୁତ ସଂସ୍ପର୍ଶରେ ବରଯାତ୍ରୀ ବସ ଆସିବା କାରଣରୁ ଘଟଣାସ୍ଥଳରେ ୩ଜଣଙ୍କରେ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି ଓ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ । ତେବେ ରାଞ୍ଚିର ତମାଡ ଥାନା ଅଞ୍ଚଳରେ ବରଯାତ୍ରୀ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା କାରଣରୁ ଏଭଳି ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ଘଟଣାସ୍ଥଳରେ ୬ ଜଣ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ରିମ୍ସ ରାଞ୍ଚିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଝାଡଖଣ୍ଡ ସରାୟକେଲା ଜିଲ୍ଲା କୁଚୟ ଥାନା ଅଞ୍ଚଳରୁ ତମାଡ ଥାନା ଅଞ୍ଚଳର ଚୋଗାଗୁଟୁ ଗାଁକୁ ଯାଉଥିଲା । ବରଯାତ୍ରୀ ବସ୍ ଉପରେ କିଛି ଲୋକ ବସି ଯାଉଥିଲେ । ବରଯାତ୍ରୀ ବସଟି ଗାଁ ନିକଟରେ ପହଞ୍ଚିବା ବେଳକୁ ଝୁଲିଥିବା ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସଂପୂର୍ଣ୍ଣ ବସରେ କରେଣ୍ଡ ପ୍ରବାହିତ ହୋଇଯାଇଥିଲା । ଘଟଣା ସ୍ଥଳରେ ବସ ଛାତରେ ବସିଥିବା ଲୋକଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୨ ବର୍ଷର ପିଲା ମଧ୍ୟ ରହିଛି ।ବସରେ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ କରେଣ୍ଟ ଝଟକା ଲାଗିଥିଲା । ତେଣୁ ବସ୍‌କୁ ରୋକି ସେଥୁରୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking