22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଡିଏନ୍‌ଏ ଟେଷ୍ଟ୍‌ ପରେ ମୃତ୍ୟୁସଂଖ୍ୟା କେତେ ସ୍ପଷ୍ଟ କରାଯିବ: ଶାହ

ଡିଏନ୍‌ଏ ଟେଷ୍ଟ୍‌ ପରେ ମୃତ୍ୟୁସଂଖ୍ୟା କେତେ ସ୍ପଷ୍ଟ କରାଯିବ: ଶାହ

ନୂଆଦିଲ୍ଲୀ: ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ୨ ଜଣ ପାଇଲଟ୍‌, ୧୦ ବିମାନ କର୍ମଚାରୀଙ୍କ ସମେତ ମୋଟ୍‌ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଜଣେ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି। ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣା ମୃତ୍ୟୁସଂଖ୍ୟା କେତେ ପହଞ୍ଚିଛି ତାହା ସରକାରୀ ଭାବେ ଘୋଷଣା କରାଯାଇନି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,  ଡିଏନ୍‌ଏ ନମୂନା ସଂଗ୍ରହ କରିବାପରେ ଏବଂ ଡିଏନ୍‌ଏ ଟେଷ୍ଟ୍‌ କରାଯିବା ପରେ ହିଁ ମୃତ୍ୟୁସଂଖ୍ୟା ସ୍ପଷ୍ଟ କରାଯିବ।  ଜୁନ୍‌ ୧୩ ତାରିଖ ସକାଳ ୧୦ଟା ସୁଦ୍ଧା ୨୧୬ ଜଣଙ୍କ ଡିଏନ୍‌ଏ ନମୂନା ସଂଗ୍ରହ କରାଯାଇଛି। ହ କହିଛନ୍ତି, ପରିଚୟ ଚିହ୍ନଟ ପାଇଁ ଗୁଜରାଟରେ କେବଳ ୧ ହଜାରରୁ ଅଧିକ ଡିଏନ୍‌ଏ ଟେଷ୍ଟ୍‌ କରିବାକୁ ପଡ଼ିବ। ପୀଡ଼ିତଙ୍କ ପରିବାର ସଦସ୍ୟ ସେମାନଙ୍କ ପ୍ରିୟଜନଙ୍କୁ ଚିହ୍ନଟ କରିବାପାଇଁ ଅହମଦାବାଦ ସିଭିଲ୍‌ ହସ୍ପିଟାଲ୍‌କୁ ଡିଏନ୍‌ଏ ନମୂନା ଦେବାପାଇଁ ଆସୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking