30.1 C
Bhubaneswar
Friday, February 13, 2026
Homeଓଡିଶାବାତ୍ୟାକୁ ନେଇ କେତେ ଭୟଭୀତ ? କରନ୍ତୁ ଏହି କାମ ରହିବେ ବିପଦ ମୁକ୍ତ

ବାତ୍ୟାକୁ ନେଇ କେତେ ଭୟଭୀତ ? କରନ୍ତୁ ଏହି କାମ ରହିବେ ବିପଦ ମୁକ୍ତ

ଭୁବନେଶ୍ୱର : ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ । ବର୍ତ୍ତମାନ ସୁଦ୍ଧା ଏହା କେଉଁଠି ଲ୍ୟାଣ୍ଡଫଲ କରିବ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ ହୋଇନାହିଁ । ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଗକୁ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇଯିବ । ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କଣ କଲେ ଆପଣ ସୁରକ୍ଷିତ ରହିବେ ଓ କଣ କରିବେ ନାହିଁ ତାହା ଆସନ୍ତୁ ଜାଣିବା ।

ବାତ୍ୟା ଆସିଲେ କଣ କରିବେ ?
ବାତ୍ୟା ହେବା ନେଇ ସୂଚନା ମିଳିବା ପରେ ଏହା ପୂର୍ବରୁ ବାସଗୃହର ଅବସ୍ଥା ଠିକ ଅଛି ନା ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ
ଘରେ ପିଲାମାନଙ୍କ ସହ ବାତ୍ୟାକୁ ନେଇ ଅବଗତ କରାନ୍ତୁ ଓ ଭୟଭୀତ ନହେବାକୁ କୁହନ୍ତୁ
ପରିବାର ସହ ବାତ୍ୟାର ଭୟାବହତା ବିଷୟରେ ଆଲୋଚନା କରନ୍ତୁ
ବାତ୍ୟା ସମୟରେ କିପରି ସୁରକ୍ଷିତ ରହିବେ ସେନେଇ ସମସ୍ତଙ୍କୁ ସଚେତନ କରାନ୍ତୁ
ଯାହା ଫଳରେ ଜରୁରୀକାଳୀନ ସମୟରେ କ’ଣ କରିବା ଉଚିତ ଓ ଅନୁଚିତ୍ ତାହା ସମସ୍ତେ ଜାଣିପାରିବେ । ଏହା ଦ୍ବାରା ବାତ୍ୟାକୁ ନେଇ ମନରେ ଥିବା ଭୟ ଦୂର ହେବ
ଗୁରୁତ୍ବପୂର୍ଣ୍ଣ ଜିନିଷ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
ନିଜ ବ୍ଲଡ ଗ୍ରୁପ ବିଷୟରେ ଅବଗତ ରୁହନ୍ତୁ
କିରୋସିନ, ଟର୍ଚ୍ଚ ଏବଂ ବ୍ୟାଟେରୀ ଚାଳିତ ଲାଇଟ ପାଖରେ ରଖନ୍ତୁ
ଅସୁସ୍ଥ ବ୍ୟକ୍ତି, ବୟସ୍କଙ୍କ ଓ ଛୋଟ ପିଲା ମାନଙ୍କୁ ସୁରକ୍ଷିତ ଭାବେ ରଖିବାକୁ ପ୍ରସ୍ତୁତି କରନ୍ତୁ
ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ ଏବଂ ଜଳ ସାତ ଦିନ ପାଇଁ ମହଜୁଦ କରି ରଖନ୍ତୁ
କମ୍ବଳ ଓ ପୋଷାକ ମଧ୍ୟ ପାଖରେ ମହଜୁଦ କରି ରଖନ୍ତୁ
ପାଖରେ ପରିବାର ସଦସ୍ୟଙ୍କ ଫଟୋ ରଖନ୍ତୁ, ଯାହା ବାତ୍ୟା ପରେ ଆବଶ୍ୟକ ପଡିପାରେ
ବାତ୍ୟା ନେଇ ଆସୁଥିବା ଖବର ସହ ଜଡିତ ରୁହନ୍ତୁ

ବାତ୍ୟା ସମୟରେ କଣ କରିବେ ?
ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ
ଛୋଟ ପିଲା ଭୟଭୀତ ହେଉଥିଲେ ତାଙ୍କୁ ବୁଝାଇବା ଆବଶ୍ୟକ
ବାତ୍ୟା ସମୟରେ ଘର କବାଟ ଓ ଝରକା ବନ୍ଦ ରଖନ୍ତୁ
ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ, କେହିବି ବାହାରକୁ ଯାଆନ୍ତୁ ନାହିଁ
ଘରେ ଥିବା ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ
ବାତ୍ୟା ବିଷୟରେ ପ୍ରତି ମିନିଟରେ ଅବଗତ ରୁହନ୍ତୁ
ବାତ୍ୟା ପୂର୍ବରୁ କରିଥିବା ପ୍ରସ୍ତୁତିକୁ କାମରେ ଲଗାଇବା ଆବଶ୍ୟକ
ଘର ଚାରି ପାଖରେ ଥିବା ବଡ ବଡ ଗଛକୁ କାଟି ଦିଅନ୍ତୁ
ଗରମ ପାଣି ପିଅନ୍ତୁ
ପାଖରେ ମହଜୁଦ କରି ରଥିବା ରେଡିଓରୁ ବାତ୍ୟା ବିଷୟରେ ଅପଡେଟ ରୁହନ୍ତୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking