ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ । ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର । ଆବାସ ପ୍ଲସ ମୋବାଇଲ ଆପ ଜରିଆରେ ସର୍ଭେ ହେବ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ଦେଢରୁ ଦୁଇମାସ ଚାଲିବ ଆବାସ ସର୍ଭେ । ଆବେଦନକାରୀମାନେ ପଞ୍ଚାୟତଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ବା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବିଭାଗ ପଞ୍ଚାୟତଗୁଡିକରେ ପଲ୍ଲୀ ସଭା କରି ସଚେତନ କରିସାରିଛି । ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବା ସହ ପୃଥକଭାବେ ବାସ କରୁଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ ।