30.1 C
Bhubaneswar
Saturday, September 28, 2024
Homeଓଡିଶାପରିବା ଦର ଆକାଶଛୁଆଁ

ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର : ଏବେ ପରିବା ଦର ଆକାଶଛୁଆଁ। ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଖାଉଟିମାନେ ଅସୁବିଧାର ସାମ୍ନା କରୁଛନ୍ତି । ସପ୍ତାହକରୁ ଅଧିକ ଦିନ ହେବ ପରିବା ଦରରେ ଲଗାମ ଲାଗୁନାହିଁ । ସବୁ ପରିବାର ଦର ୫୦ ଟଙ୍କାରୁ ଅଧିକ ରହୁଛି । ଏପରିକି ଆଳୁ ପିଆଜ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ପ୍ରାୟତଃ ସବୁ ବଜାରରେ ଏହି ରେଟ ବା ତା’ଠାରୁ ଅଧିକ ଦରରେ ବିକ୍ରି ହେଉଛି ପନିପରିବା। ବର୍ତ୍ତମାନ ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ହେଉନାହିଁ । ଯାହାଦ୍ୱାରା ସମସ୍ତ ପରିବା ଦର ବୃଦ୍ଧି ପାଉଛି । ତେଣୁକରି ରାଜ୍ୟ ବାହାରୁ ଆସୁଥିବା ରେଟ୍‌ ଅଧିକ ଥିବା ବ୍ୟବସାୟୀମାନେ କହିଛନ୍ତି। ଆଳୁ ପାଇଁ ଆମକୁ ପଶ୍ଚିମବଙ୍ଗ ନହେଲେ ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ପିଆଜ ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର, ପନିପରିବା ପାଇଁ ବାଙ୍ଗାଲୋର, ଆନ୍ଧ୍ର, ଛତିଶଗଡ଼ର ରାୟପୁର ଉପରେ ନିର୍ଭର କରୁଛି ଓଡ଼ିଶା। ଏବେ ହଠାତ୍ ଦର କମିବା ସମ୍ଭାବନା କମ୍ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking