19.1 C
Bhubaneswar
Tuesday, January 20, 2026
Homeଓଡିଶାରାଜଧାନୀରେ ଘରେ ଘରେ ତ୍ରୀରଙ୍ଗା ଯାତ୍ରା

ରାଜଧାନୀରେ ଘରେ ଘରେ ତ୍ରୀରଙ୍ଗା ଯାତ୍ରା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଶାଳ ପଦଯାତ୍ରା ଆୟୋଜନ ହୋଇଛି। ଏହି ଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ସାଧାରଣ ସଭାର ବି ଆୟୋଜନ ହୋଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଚଳିତ ମାସ ୯ ରୁ ୧୫ ତାରିଖ ଯାଏଁ ରାଜ୍ୟରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଏବଂ ମେୟର ପ୍ରମୁଖ ଯୋଗ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking