ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଲୋକସଭାରେ ପହେଲଗାମ ତାତି ଦେଖାଦେଇଛି । ଅପରେସନ ସିନ୍ଦୂର, ପହେଲଗାମ ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ଦାବି ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଅପରାହ୍ମ ୨ଟା ପଯ୍ୟନ୍ତ ପୁଣି ଗୃହ ମୁଲତବି ହୋଇଛି । ପୂର୍ୱରୁ ୧୨ଟା ଯାଏଁ ଗୃହ ମୁଲତବି କରାଯାଇଥିଲା ।ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସୂଚାରୁରୂପେ ସଂସଦର ଉଭୟ ଗୃହ ଚଳାଇବା ପାଇଁ ଗତକାଲି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବିଭିନ୍ନ ସହ ଦଳର ନେତା ଉପସ୍ଥିତ ଥିଲେ । ଅଧିବେଶନରେ ମୋଟ୍ ୨୧ଟି ବୈଠକ କାର୍ଯ୍ୟ ଦିବସ ରହିଛି ।










