14.1 C
Bhubaneswar
Monday, December 8, 2025
Homeଓଡିଶାଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର

ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଭୟଙ୍କର ଅଗ୍ନିକାଣ୍ଡର ଖବର । ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଯାଇଛି ତିନି ମହଲା ଘର । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନୂଆ ସାହିରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨ଟା ସମୟରେ ଅଜିତ ମହାନ୍ତିଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଲାଗିଥିଲା ନିଆଁ ।  ପ୍ରଥମେ ଘରେ ଏକ ଇଭି ବାଇକ ଚାର୍ଜରେ ବସିଥିବା ବେଳେ ସର୍ଟ ସର୍କିଟ ହୋଇ ଜଳିଯାଇଥିଲା । ପରେ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ ସହିତ ସିଲିଣ୍ଡରଟି ଫାଟିଯାଇଥିଲା ।

ଯାହା ଫଳରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ବିଳମ୍ବିତ ରାତିରେ ଗ୍ୟାସ୍ ଫାଟିବାର ଶବ୍ଦ ଶୁଣି ସାହି ବାସିନ୍ଦା ଘରୁ ବାହାରି ଆସିଥିଲେ । ଜଳିଯାଇଥିବା ଘରେ ରହୁଥିବା ୧୧ ଜଣ ମଧ୍ୟରୁ ୨ଶିଶୁ ରହିଥିବା ବେଳେ ଅନ୍ୟ ୪ଜଣ ବାରି ପଛପଟ ରାସ୍ତା ଦେଇ ଜୀବନ ବିକଳରେ ଧାଇଁ ପଳାଇ ଯାଇଥିଲେ । ଅନ୍ୟ ୬ଜଣଙ୍କୁ ଅଗ୍ନିଶମ ବାହିନୀ ଓ ଖଲିକୋଟ ପୋଲିସ ନିଆଁକୁ ଆୟତ୍ତ କରି ଲୋକମାନଙ୍କୁ ଉଦ୍ଧାର କରିଥିଲେ l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking