27.1 C
Bhubaneswar
Saturday, October 19, 2024
Homeଓଡିଶାଘର ଭାଙ୍ଗିଲା ଦନ୍ତା

ଘର ଭାଙ୍ଗିଲା ଦନ୍ତା

ସୁନ୍ଦରଗଡ଼ : ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। ଭୟବୀତ ହୋଇ ଗାଁ ଛାଡ଼ି ପଳାଇଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ । ମଗରମୁଣ୍ଡାରେ ଗୋଠଛଡ଼ା ଦନ୍ତା ହାତୀ ବିଳମ୍ବିତ ରାତିରେ ୫ଟି ଘରର କାନ୍ଥ ଭାଙ୍ଗି ଦେଇଛନ୍ତି । ଫଳରେ ଗ୍ରାମବାସୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ପଲ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଇଦେଇଥିଲେ । ହାତୀ ପଲ ଗାଁ ଭିତରେ ପଶି ୫ଟି ଘରର କାନ୍ଥ ଭାଙ୍ଗି ଦେଇଛନ୍ତି । ସେମାନଙ୍କ ଧାନ, ଚାଉଳ ଓ ଫସଲ ନଷ୍ଟ କରିଦେଇଛନ୍ତି ହାତୀ ପଲ । ଫଳରେ ଅଳ୍ପକେ ୩ରୁ ୪ ପରିବାରର ଲୋକେ ବର୍ତ୍ତି ଯାଇଛନ୍ତି । ଏନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking