17.1 C
Bhubaneswar
Sunday, December 21, 2025
Homeଓଡିଶାହୋହାଲ୍ଲା, ନାରାବାଜିରେ ଗୃହର ସ୍ଥିତି ଅସମ୍ଭାଳ

ହୋହାଲ୍ଲା, ନାରାବାଜିରେ ଗୃହର ସ୍ଥିତି ଅସମ୍ଭାଳ

– ଗାନ୍ଧୀ ମୂର୍ତ୍ତୀ ତଳେ କଂଗ୍ରେସ ସଭ୍ୟଙ୍କ ପୁଣି ଧାରଣା
– ପୂର୍ବଦିନ ଭଳି ଚାଲିପାରିଲା ନାହିଁ ପ୍ରଶ୍ନକାଳରୁ ମୁଲତବି

ଭୁବନେଶ୍ୱର : ଯଥା ପୂର୍ବଂ, ତଥା ପର। ସ୍ଥିତିର କିଛି ସୁଧାର ଆସୁନାହିଁ। ପୂର୍ବ ଦିନ ଭଳି ଜାରି ରହିଛି ବିରୋଧୀଙ୍କ ହୋହାଲ୍ଲା, ନାରାବାଜି। ଫଳରେ ପ୍ରଥମାର୍ଦ୍ଧ ବୈଠକ ଅଚଳ ହୋଇଛି। ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଅଟଳ କଂଗ୍ରେସ। ପରେ କଂଗ୍ରେସ ସଭ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଚାଲିଥିଲାବେଳେ ଅନ୍ୟପଟେ କଂଗ୍ରେସ ସଭ୍ୟମାନେ ହାତରେ କଳା ପଟି ବାନ୍ଧି ଗାନ୍ଧୀ ମୁର୍ତ୍ତୀ ତଳେ ଧାରଣା ଦେଇଥିଲେ। ବିଜେଡି ସଭ୍ୟମାନେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅିଭଯୋଗରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ଗୃହର ସ୍ଥିତି ସର୍‌ଗରମ୍ ଥିଲାବେଳେ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ।

ସୋମବାର ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ଗୃହ ପରିଚାଳନା ପାଇଁ ଆସନକୁ ଆସି ପ୍ରଶ୍ନକାଳକୁ ଆରମ୍ଭ କରିବା କ୍ଷଣି ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନରାବାଜି ଓ ହଟ୍ଟଗୋଳ କରିଥିଲେ। ସେମାନେ ପୂର୍ବଭଳି ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ ହେଁ ବାଚସ୍ପତି ଗ୍ରହଣ କରି ନଥିଲେ। ଫଳରେ ଗୃହର ସ୍ଥିତି ଅସମ୍ଭାଳ ହୋଇପଡ଼ିବାରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨.୧୫ ଯାଏଁ ମୁଲତବି ରଖିଥିଲେ। ଏଥିଯୋଗୁଁ ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନ ଉପରେ ଆଲୋଚନା ସମ୍ଭବ ହୋଇପାରି ନଥିଲା। ଏପରିକି ଶୂନ୍ୟକାଳ ଓ ମୂଲତବୀ ଆଲୋଚନା ବି ହୋଇପାରିନଥିଲା। ପୁଣି ଗୃହ ଆରମ୍ଭ ହେବାରୁ ଅନୁରୂପ ସ୍ଥିତି ଦେଖା ଦେବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିଥିଲେ।

ଅପରାହ୍ନ ବୈଠକରେ ବି କଂଗ୍ରେସ ସଭ୍ୟଙ୍କ ପ୍ରଥମାର୍ଦ୍ଧ ବୈଠକ ଭଳି ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଥିଲେ। ଏହାରି ଭିତରେ ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଗତ କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି ସମୟରେ ଗୃହରେ ଅଧ୍ୟକ୍ଷତା କରିଥିଲେ ଉପ ବାଚସ୍ପତି ଭବାନୀ ଭୋଇ। ତେବେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତୀ ତଳେ ପୁଣି ଧାରଣା ଦେଇଥିଲେ। ଏଥିଯୋଗୁଁ ଦିନତମାମ ଗୃହ ଭିତରେ ଓ ବାହାରେ ସ୍ଥିତି ଉଷ୍ଣ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking