32.1 C
Bhubaneswar
Saturday, March 28, 2026
Homeଓଡିଶାଜିଲ୍ଲାପାଳଙ୍କୁ ଭେଟିଲେ ହୋଟେଲ ମାଲିକସଂଘ

ଜିଲ୍ଲାପାଳଙ୍କୁ ଭେଟିଲେ ହୋଟେଲ ମାଲିକସଂଘ

ଯାଜପୁର: ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପାଣିକୋଇଲି ହୋଟେଲ ମାଲିକ ସଂଘ। ଜିଲ୍ଲାରେ ହଇଜା ଝାଡ଼ାବାନ୍ତି ବ୍ୟାପିବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ କରାଯାଇଛି। ହୋଟେଲ ବନ୍ଦ ରହିବା ଫଳରେ ପାଣିକୋଇଲି ଜାତୀୟ ରାଜପଥ ଦେଇ ଯାଉଥିବା ଯାତ୍ରୀ ମାନେ ଖାଦ୍ୟ ପାଇଁ ହଇରାଣ ହେବା ସହ ହୋଟେଲ ବ୍ୟବସାୟୀ ଏବଂ ହୋଟେଲରେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବର୍ତ୍ତମାନ ଜିଲ୍ଲାରେ ସଂକ୍ରମଣରେ ସୁଧାର ଅବସ୍ଥା ଆସିଥିବାରୁ ପାଣିକୋଇଲି ହୋଟେଲ ମାଲିକ ସଂଘ ପକ୍ଷରୁ ହୋଟେଲ ଖୋଲିବା ନେଇ ଯାଜପୁର ଜିଲ୍ଲାପାଳ ପି ଅନ୍ବେଶା ରେଡିଙ୍କ ସହ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ହୋଟେଲ କୁ ଏଭଳି ଭାବେ ଅତର୍କିତ ଭାବେ ବନ୍ଦ ନକରି ନିୟମିତ ଭାବେ ଖାଦ୍ୟ ସୁରକ୍ଷା ବିଭାଗ, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରିବା ପାଇଁ ନିବେଦନ କରିଛି ହୋଟେଲ ମାଲିକ ସଙ୍ଘ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking