18.1 C
Bhubaneswar
Thursday, December 25, 2025
Homeଓଡିଶାନିଆଁ ଲାଗି ହୋଟେଲ ମାଲିକଙ୍କ ସମେତ ସ୍ତ୍ରୀ ଗୁରୁତର

ନିଆଁ ଲାଗି ହୋଟେଲ ମାଲିକଙ୍କ ସମେତ ସ୍ତ୍ରୀ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ସଦର ମହକୁମାରେ ଥିବା ପ୍ରସିଦ୍ଧ ପେଡା ବ୍ୟବସାୟୀ ହୋଟେଲ ଶକୁନ୍ତଳାର ମାଲିକ ସୁରେନ୍ଦ୍ର ଟଣ୍ଡକାରଙ୍କ ସମେତ ସ୍ତ୍ରୀକୁ ନିଆଁ ଲାଗି ଯିବାରୁ ପୋଡି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ଭୋର ପ୍ରାୟ ୪ଟା ସମୟରେ ହୋଟେଲରେ ଥିବା କିଚେନରେ ପ୍ରତିଦିନ ପରି ମାଲିକାଣୀ ପୁଷ୍ପାଞ୍ଜଳି ପହଞ୍ଚି ରୋଷେଇ ଆରମ୍ଭ ପାଇଁ ଗ୍ୟାସ ଚୁଲା ଜଳାଇଥିଲେ। ତେବେ ଗ୍ୟାସ ଲିକ ଥିବାରୁ ତାଙ୍କ ଦେହରେ ନିଆଁ ଲିଭେଇବା ସହ ସ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ସ୍ୱାମୀ ସୁରେନ୍ଦ୍ର ଚେଷ୍ଟା କରିଥିଲେ। ତେବେ ନିଆଁକୁ ଆୟତ୍ତ କରିନପାରି ସେ ନିଜେ ପୋଡି ଯାଇଥିଲେ । ଗୁରୁତର ଦମ୍ପତ୍ତିଙ୍କୁ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ରାଉରକେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯିବା ଜଣାପଡିଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking