25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶହଷ୍ଟେଲର କର୍ମଚାରୀ ସାଜିଥିଲା ନର ରାକ୍ଷସ

ହଷ୍ଟେଲର କର୍ମଚାରୀ ସାଜିଥିଲା ନର ରାକ୍ଷସ

ଉତ୍ତରପ୍ରଦେଶ: ନିଷ୍ଠୁରତାର ଶେଷ ସୀମା ପାର କଲା ହଷ୍ଟେଲ କର୍ମଚାରୀ। ହଷ୍ଟେଲରେ କାମ କରୁ କରୁ ୨ ଜଣ ଦିବ୍ୟାଙ୍ଗ ଝିଅଙ୍କ ସହ କଲା ଅମାନବୀୟ କାଣ୍ଡ। ଯାହାକୁ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ। ଅସହାୟ ଦେଖି ୨ ନାବାଳିକା ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା। ପରେ କାହାରିକୁ କିଛି ନ କହିବା ପାଇଁ ଡରାଇ ଧମକେଇ ମାଡ଼ ମାରିବା ସହ ଦେହର ବିଭିନ୍ନ ସ୍ଥାନରେ ସିଗାରେଟ୍ ଚେଙ୍କ ଦେଇଦେଲା। ନାବାଳିକା ୨ ଜଣ ମଧ୍ୟ ଡରରେ କାହା ଆଗରେ କିଛି କହିଲେନି। ହେଲେ ଯେତେବେଳେ ସେମାନଙ୍କ ମାଆ ସେମାନଙ୍କୁ ଦେଖି କରିବା ପାଇଁ ଆସିଲେ ସେମାନେ ସବୁ ସତ କହିଦେଲେ। ଏହି ନୃଶଂସ ଘଟଣାଟି ହେଉଛି ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଏକ ସ୍କୁଲ ହଷ୍ଟେଲର। ପୀଡିତ ପିଲାମାନେ ଉତ୍ତର ପ୍ରଦେଶର ମୋରାଦାବାଦର। ଜଣଙ୍କର ବୟସ ୯ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୩ ବର୍ଷ।

ଉଭୟଙ୍କୁ ସେମାନଙ୍କ ମାଆ ଏପ୍ରିଲ ମାସରେ ଡେରାଡୁନର ଏକ ଆବାସିକ ସ୍କୁଲରେ ଭର୍ତ୍ତି କରିଥିଲେ। ଏହି ଆବାସିକ ସ୍କୁଲ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ସେହି ସ୍କୁଲର ହଷ୍ଟେଲରେ କାମ କରୁଥିବା ଜଣେ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଉକ୍ତ କର୍ମଚାରୀ ଜଣକ ୨ ଜଣ ନାବାଳିକା ଦିବ୍ୟାଙ୍ଗ ଝିଅଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ସେମାନଙ୍କୁ ମାଡ଼ ମାରିବା ସହ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା। ପରେ ଡ଼ରାଇ ସେମାନଙ୍କ ଦେହରେ ସିଗାରେଟ୍ ଚେଙ୍କ ଦେଇଦେଇଥିଲା। ପିଲାମାନେ ବି ଭୟରେ କାହାରିକୁ କିଛି କହିଲେନି। ହେଲେ ଶୁକ୍ରବାର ଦିନ ଯେତେବେଳେ ସେମାନଙ୍କ ମାଆ ହଷ୍ଟେଲକୁ ସେମାନଙ୍କୁ ଦେଖି କରିବାକୁ ଆସିଲେ। ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲେଇବାକୁ ନେଇଗଲେ। ସେତେବେଳେ ପିଲା ଦୁଇଜଣ କାନ୍ଦିବାକୁ ଲାଗିଲେ। ଏବଂ ସେମାନଙ୍କ ସହିତ ହେଉଥିବା ନିର୍ଯାତନାର କାହାଣୀ କହିଲେ। ଏହା ପରେ, ସେମାନଙ୍କ ମାଆ ସହରର ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking