24.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶହସ୍ପିଟାଲରେ ବିମାନବନ୍ଦର ଭଳି ସୁରକ୍ଷା ମିଳୁ: ଆଇଏମ୍‌ଏ

ହସ୍ପିଟାଲରେ ବିମାନବନ୍ଦର ଭଳି ସୁରକ୍ଷା ମିଳୁ: ଆଇଏମ୍‌ଏ

ନୂଆଦିଲ୍ଲୀ: ‌କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିରୋଧ କରି ଆଇଏମ୍‌ଏ ଧର୍ମଘଟ କରିଛି। ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାପାଇଁ ଦାବି ରଖିବା ସହ ଆଇଏମ୍‌ଏ ମୋଟ୍‌ ୫ଟି ଦାବି ରଖିଛି। ଇତିମଧ୍ୟରେ ଆଇଏମ୍‌ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏନେଇ ଚିଠି ଲେଖିଛି। ହସ୍ପିଟାଲ୍‌ରେ ସୁରକ୍ଷା ବ୍ୟବସ୍ଥା ବିମାନବନ୍ଦର ଭଳି ହେବା ଉଚିତ ବୋଲି ଆଇଏମ୍‌ଏ ପକ୍ଷରୁ ଦାବି ହୋଇଛି।

ସିସିଟିଭି ସହ ପର୍ୟ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ସେହିପରି ଅପରାଧ ଘଟଣାର ତୁରନ୍ତ ତଦନ୍ତ ହେବା ଉଚିତ ବୋଲ ଆଇଏମ୍‌ଏ ଦାବି କରିଛି। ଇତିମଧ୍ୟରେ ଆଇଏମ୍‌ଏ ଜାତୀୟ ସଭାପତି ଡା ଆର୍‌ଭି ଅଶୋକାନ କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅଶୋକାନ କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସ ଭାଷଣରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ। ଏବେ କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ତାଙ୍କର ହସ୍ତ‌କ୍ଷେପ କରିବାର ସମୟ ଆସିଛି। ସେ କହିଛନ୍ତି, ଆମେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ସାରିଛୁ ଏବଂ ସରକାର ଜବାବ ଦେବାର ସମୟ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking