30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଭୟଙ୍କର କିଲର: ୫୦ରୁ ଅଧିକ ହତ୍ୟା, ମୃତ ଶରୀର ସହ କରେ ଦୁଷ୍କର୍ମ

ଭୟଙ୍କର କିଲର: ୫୦ରୁ ଅଧିକ ହତ୍ୟା, ମୃତ ଶରୀର ସହ କରେ ଦୁଷ୍କର୍ମ

ମୁମ୍ବାଇ: ମଣିଷ ରୂପରେ ରାକ୍ଷସ, ମୃତ ଶରୀର ସହ ମଧ୍ୟ କରେ ଦୁଷ୍କର୍ମ। ମୁମ୍ବାଇର ଭୟଙ୍କର ସିରିଏଲ କିଲର ରମନ ରାଘବ, ଯିଏକି ୫୦ ରୁ ଅଧିକ ହତ୍ୟା କରିବା ସହିତ ମୃତ ଶରୀରକୁ ମଧ୍ୟ ଦୁଷ୍କର୍ମ କରେ। ରମଣ ରାଘବ କେବଳ ଜଣେ ବଡ଼ ଡନ, ବଡ଼ ଚୋରା ଚାଲାଣକାରୀ କିମ୍ବା ଗ୍ୟାଙ୍ଗଷ୍ଟର ନଥିଲେ। ସେ ଜଣେ ସିରିଏଲ୍ କିଲର୍ ଥିଲେ, ଯିଏ ଏକା ୧୦ କି ୨୦ ନୁହେଁ ବରଂ ୫୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲେ। ୧୯୬୦ ଦଶକରେ ମୁମ୍ବାଇର ରାସ୍ତାଘାଟରେ ଭୟର ଛାୟା ଖେଳାଇଥିଲା ଏହି ରମନ ରାଘବ। ଏକ ସାଧାରଣ ଚୋର ଥିବା ରମନ ପରେ ମୁମ୍ବାଇର ଇତିହାସରେ ସବୁଠାରୁ ଭୟଙ୍କର ସିରିଆଲ କିଲର ଭାବେ ପରିଚିତ ହେଲା। ସେ ୫୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା, ଯେଉଁମାନଙ୍କ ମଧ୍ୟରେ ଅନେକ ଗରିବ ମହିଳା ଥିଲେ। ରାତିରେ ଫୁଟପାଥରେ ଶୋଇଥିବା ମହିଳାଙ୍କୁ ସେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରୁଥିଲା ଓ ମୃତ ଶରୀର ସହ ଦୁଷ୍କର୍ମ କରୁଥିଲା। ଏପରିକି ସେ ନିଜ ପତ୍ନୀକୁ ମଧ୍ୟ ଆକ୍ରମଣ ଓ ଦୁଷ୍କର୍ମ କରିଥିଲା।

୧୯୬୫ ରେ ଗୋଟିଏ ରାତିରେ ୧୯ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। କିଛି ଆହତ ବ୍ୟକ୍ତିଙ୍କ ସୂଚନାରୁ ପୋଲିସ ରମନକୁ ସନ୍ଦେହ କଲା। ତା’ର ପୂର୍ବ ଅପରାଧ ରେକର୍ଡରୁ ଜଣାପଡ଼ିଲା ଯେ ସେ ଡକାୟତି ମାମଲାରେ ୫ ବର୍ଷ ଜେଲ କାଟିଥିଲା।୧୯୬୮ ରେ ସେ ଲୁହା ରଡ଼ ଚୋରି କରି ଏକ ଶିକ୍ଷକ, ଜଣେ ବୟସ୍କ ବ୍ୟକ୍ତି ଓ ଏକ ଦମ୍ପତିଙ୍କ ସମେତ ତାଙ୍କ ତିନି ମାସର ଶିଶୁକୁ ହତ୍ୟା କରିଥିଲା। ପୋଲିସ ଶେଷରେ ୧୯୬୮ ଅଗଷ୍ଟ ୨୬ ରେ ରମନକୁ ଭିଣ୍ଡି ବଜାରରେ ଗିରଫ କରିଥିଲା। ପୂର୍ବରୁ ସେ କ୍ଷୀର, କଦଳୀ ଓ ମାଂସ ଜାତୀୟ ଖାଦ୍ୟ ମାଗି ନିଜ ଅପରାଧ ସ୍ୱୀକାର କରିଥିଲା।ତା’ର ଡାଏରୀରେ ‘ଖଲ୍ଲାସ, ଖତମ’ ଲେଖା ମିଳିଥିଲା। ସେ ୨୪ ଟି ହତ୍ୟା ସ୍ୱୀକାର କରିଥିଲା। ଜିଲ୍ଲା ଅଦାଲତ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ ମଧ୍ୟ ହାଇକୋର୍ଟ ମାନସିକ ରୋଗ ଯୁକ୍ତିରେ ଏହାକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲା। ୧୯୯୫ ରେ ପୁଣେର ଏକ ହସ୍ପିଟାଲରେ କିଡ଼ନୀ ଫେଲ ହେବାରୁ ତା’ର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking