ଅହମ୍ମଦାବାଦ: ଗୁଜୁରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଟେକ୍-ଅଫ୍ ପରେ କ୍ରାସ୍ ହୋଇଗଲା ବିମାନ । ବିମାନରେ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୪୨ ଯାତ୍ରୀ ଥିଲେ । ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଦୁର୍ଘଟଣାସ୍ଥଳରୁ ବହଳ କଳା ଧୂଆଁ ଉଠୁଥିବାର ଦେଖାଯାଉଛି । ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି । ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଯାହା ସୂଚନା ମିଳୁଛି, ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଯାଉଥିଲା ।
ଟେକ୍-ଅଫ୍ କରିବାର ତୁରନ୍ତ ପରେ ମେଘାନୀନଗର ନିକଟରେ ଏହା କ୍ରାସ୍ ହୋଇଯାଇଥିଲା । ଅହମ୍ମଦାବାଦର ଏୟାରପୋର୍ଟରୁ ମେଘାନୀନଗର ଦୂରତା ପ୍ରାୟ ୧୫ କିଲୋମିଟର । ବିମାନ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଫାୟାର ବିଗ୍ରେଡର ୭ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ପ୍ରୟାସ କରୁଛି । ଏକାଧିକ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍ ପଠାଯାଇଛି । ଯାହା ସୂଚନା ମିଳୁଛି, ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଟେକ୍-ଅଫ୍ କରିବାର ତୁରନ୍ତ ପରେ ମେଘାନୀନଗର ନିକଟରେ ଏହା କ୍ରାସ୍ ହୋଇଯାଇଥିଲା । ଅହମ୍ମଦାବାଦର ଏୟାରପୋର୍ଟରୁ ମେଘାନୀନଗର ଦୂରତା ପ୍ରାୟ ୧୫ କିଲୋମିଟର । ବିମାନ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଫାୟାର ବିଗ୍ରେଡର ୭ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ପ୍ରୟାସ କରୁଛି । ଏକାଧିକ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍ ପଠାଯାଇଛି ।