25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଭୟାବହ ଅଗ୍ନିକାଣ୍ଡ : ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ

ଭୟାବହ ଅଗ୍ନିକାଣ୍ଡ : ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ

ମୁଜାଫରପୁର: ମୁଜାଫରପୁରର ମୋତିପୁର ନଗର ପରିଷଦର ୱାର୍ଡ ନମ୍ବର ୧୩ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୫ ସଦସ୍ୟ ମୃତ୍ୟୁବରଣ କରିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ମୋତିପୁର ନଗର ପରିଷଦର ଅଧ୍ୟକ୍ଷ କୁମାର ରାଘବେନ୍ଦ୍ର ରାଘବଙ୍କ ଅନୁଯାୟୀ, ରାତିରେ ଶୋଇଥିବା ବେଳେ ପରିବାର ସହ ଏହି ଅଘଟଣ ଘଟିଛି। ଏହି ଘଟଣାରେ ପରିବାରର ୫ଜଣ ମୃତ୍ୟୁବରଣ କରିଛନ୍ତି ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବର୍ତ୍ତମାନ ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌କେଏମ୍‌ସିଏଚ୍‌)ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ପ୍ରାଥମିକ ରିପୋର୍ଟରୁ ଏହା ଏକ ସର୍ଟସର୍କିଟ୍ ଜନିଜ ଅଗ୍ନିକାଣ୍ଡ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି।

ମୃତକଙ୍କ ନାମ ଲଲନ କୁମାର ଶାହ (୩୫), ତାଙ୍କ ସ୍ତ୍ରୀ ପୂଜା କୁମାରୀ (୩୦), ସେମାନଙ୍କ ଝିଅ ସୃଷ୍ଟି (୭), ପୁଅ ଗୋଲୁ (୨) ଏବଂ ଲଲନଙ୍କ ମାଆ ସୁଶୀଳା ଦେବୀ (୬୫)। ତେବେ ସୌଭାଗ୍ୟବଶତଃ ବଞ୍ଚିଥିବା ଲୋକଙ୍କ ମଧ୍ୟରେ ଲଲନଙ୍କ ଭାଇ ଅର୍ଜୁନ କୁମାର (୩୦), ମାମୁଁ ଲାଲ ବାବୁ ପ୍ରସାଦ (୬୦), ଲାଲ ବାବୁଙ୍କ ସ୍ତ୍ରୀ ପୁଷ୍ପା ଦେବୀ (୫୦), ସେମାନଙ୍କ ଝିଅ ସାକ୍ଷୀ ଏବଂ ସମ୍ପର୍କୀୟ ମାଲା ଦେବୀ (୪୦)। ଏମାନଙ୍କ ମଧ୍ୟରୁ ପୁଷ୍ପାଦେବୀ ୮୦%ରୁ ଅଧିକ ପୋଡ଼ିହୋଇଯାଇଛନ୍ତି। ଡିଏସ୍‌ପି (ପଶ୍ଚିମ) ସୁଚିତ୍ରା କୁମାରୀ କହିଛନ୍ତି, “ଘଟଣାଟି ପ୍ରାୟ ଭୋର ୩ଟା ସମୟରେ ଘଟିଛି। ଲୋକମାନେ ଶୋଇଥିବା ସମୟରେ କୋଠାର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। କିନ୍ତୁ ଏସମ୍ପର୍କରେ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେବା ବେଳକୁ ବହୁତ ଡେରି ହୋଇସାରିଥିଲା। ତେବେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking