ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ହାଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ଦୋକାନ । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ଜିନିଷପତ୍ର ସମେତ ନଗଦ ଟଙ୍କା ପୋଡିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ହଠାତ ନିଆଁ ଲାଗି ୫ଟି ଦୋକାନ ସମ୍ପୁର୍ଣ୍ଣ ପୋଡିଯାଇଛି । ଖବର ପାଇ ଭୋଗରାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୋକାନ ଜଳିଯାଇଥିବା ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଦୋକାନଟି ପକାଇ କିଛି ରୋଜଗାର କରୁଥିଲେ । ହେଲେ ସେତକ ବି ଜଳି ପୋଡି ନଷ୍ଟ ହୋଇଗଲା । ତେବେ ନିଆଁ କିପରି ଲାଗିଲା, କେଉଁ କାରଣରୁ ନିଆଁ ଲାଗିଥାଇାରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।









