24.1 C
Bhubaneswar
Thursday, February 26, 2026
Homeଓଡିଶାଓଡ଼ିଶା ପୋଲିସକୁ ମହୁଆଙ୍କ ଧମକ

ଓଡ଼ିଶା ପୋଲିସକୁ ମହୁଆଙ୍କ ଧମକ

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଧମକ। ଓଡ଼ିଶା ଡିଜିପି ଓ ନୟାଗଡ଼ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ‘ଏକ୍ସ’ରେ ଧମକ। ଧମକ ଦେଇ କହିଛନ୍ତି ଯେ ନୟାଗଡ଼ରୁ ୪ ବଙ୍ଗାଳୀ ଭାଷୀ ଭାରତୀୟ ନାଗରିକଙ୍କୁ ବେଆଇନ୍ ଭାବେ ତଡ଼ା ଯାଇଛି। କେବଳ ବଙ୍ଗାଳୀ ହୋଇଥିବାରୁ ସେମାନଙ୍କୁ ତଡ଼ାଯାଇଛି। ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। ମହୁଆଙ୍କ ଟୁଇଟ୍‌ର କଡ଼ା ଜବାବ ରଖିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ଜଣେ ସାଂସଦ ଏଭଳି କହିବା ଗ୍ରହଣୀୟ ନୁହେଁ କହିଲେ ବିଧାୟକ। ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କୁ ଭର୍ତ୍ତି କରୁଛି କିଏ ବୋଲି ପ୍ରଶ୍ନ କଲେ ସନ୍ତୋଷ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking