ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ଆବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଟୋକନ ଦ୍ବାରା ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ଅଗ୍ରାଧିକାର ଭିତ୍ତିରେ ବାସପୋଯୋଗୀ ଗୃହ ଆବଣ୍ଟନ କରାଯାଉଛି ।ଏହିକ୍ରମରେ ଚନ୍ଦ୍ରଶେଖରପୁର ମୌଜାରେ ୨୦ ଏକର ପରିମିତ ଜାଗାରେ ୨୬ ଶହ ଗୃହ ନିର୍ମାଣ ଯୋଜନା କରାଯାଇଥିବା ବେଳେ ସେଥିମଧ୍ୟରୁ ୮୨୦ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ସରିଛି । ଏପର୍ଯ୍ୟନ୍ତ ୬୯୦ଟି ଘରର ଆବଣ୍ଟନ ସରିଛି। ବାକି ଗୃହ ପର୍ଯ୍ୟାୟକ୍ରମେ ଆବଣ୍ଟନ କରାଯିବ।