ଭୁବନେଶ୍ୱର : ଆଜିର ସମୟରେ ଚିନି ସାଧାରଣ ସମସ୍ୟା ସୃଷ୍ଟି କରିପାରେ ।ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ । ମଧୁମେହରେ ଆକ୍ରାନ୍ତ ଲୋକଙ୍କ ପାଇଁ ଏହା ଏକ ଗୁରୁତର ରୋଗ ହୋଇପାରେ । ଔଷଧ ବ୍ୟତୀତ ମଧୁମେହ ପାଇଁ ଘରୋଇ ଉପଚାର କରିପାରିବେ । ଯାହା ଦେହ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ରହିବ । ମଧୁମେହ ରୋଗୀଙ୍କ ପାଇଁ ତୁଳସୀ ଅନେକ ଉପାୟରେ ଲାଭଦାୟକ ମିଳିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଏହାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ୨ରୁ ୩ଟି ପତ୍ରକୁ ଖାଇପାରିବେ । ଯାହା ରକ୍ତରେ ସୁଗର ସ୍ତରକୁ ହ୍ରାସ କରିଥାଏ । ଚିନାବାଦାମକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଉଷୁମ ପାଣିରେ ପିଇପାରିବେ । ଏହି ପାଣିକୁ ଅଧିକ ପରିମାଣରେ ବ୍ୟବହାର କରିବା ଦ୍ୱାରା ଦେହ ପାଇଁ ହାନିକାରକ ହୋଇଥାଏ । ସେହିପରି ଗ୍ରୀନଟି ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ କାମ କରେ । ଏହା ରକ୍ତରେ ସର୍କରାକୁ ନିୟନ୍ତ୍ରଣରେ ରଖେ । ସକାଳେ ସନ୍ଧ୍ୟାରେ ଗ୍ରୀନଟି ପିଇବା ଆବଶ୍ୟକ ଅଟେ ।









