25.1 C
Bhubaneswar
Saturday, February 14, 2026
Homeଓଡିଶାଛଅ ଦିନ ପରେ ଗୃହ ସ୍ୱାଭାବିକ: ମୁହଁରେ କଳା ପଟି ଲଗାଇ କଂଗ୍ରେସ ସଭ୍ୟଙ୍କ ନିରବ...

ଛଅ ଦିନ ପରେ ଗୃହ ସ୍ୱାଭାବିକ: ମୁହଁରେ କଳା ପଟି ଲଗାଇ କଂଗ୍ରେସ ସଭ୍ୟଙ୍କ ନିରବ ପ୍ରତିବାଦ

ଭୁବନେଶ୍ୱର : ଛଅ ଦିନ ପରେ ଗୃହ ସ୍ୱାଭାବିକ ହୋଇଛି। ପୂର୍ବ ଦିନ ଭଳି କଂଗ୍ରେସ ସଭ୍ୟମାନେ ଗୃହ ମଝିରେ ହଟ୍ଟଗୋଳ କି ନାରାବାଜି ନକରି ନିଜ ନିଜ ଆସନରେ ସେମାନେ ମୁହଁରେ କଳା ପଟି ଲଗାଇ ହାତରେ ପ୍ଲା କାର୍ଡ଼ ଧରି ନିରବ ପ୍ରତିବାଦ କରିଛନ୍ତି। ବିଜେଡି ସଭ୍ୟମାନେ ପ୍ରଶ୍ନକାଳରୁ ମୂଲତବୀ ଯାଏ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଫଳରେ ବାଚସ୍ପତି ସୁରମା ପାଢ଼ୀ ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧ ବୈଠକର କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେଇ ଶେଷ କରିଛନ୍ତି। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପର ଠାରୁ ଗୃହ ହୋଇଥିଲା ଅଶାନ୍ତ। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ କରିଥିଲେ ପ୍ରବଳ ହୋହାଲ୍ଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଆରମ୍ଭ ହେବା ଦିନ ଠାରୁ ଛଅ ଦିନଧରି ଗୃହ ହୁଲସ୍ତୁଲ ହୋଇଛି। ବିଜୁ ବାବୁଙ୍କୁ ଅସମ୍ମାନ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିବାବେଳେ ମହିଳା ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ସଭ୍ୟଙ୍କ ଗୃହ ଭିତରେ ପ୍ରବଳ ନାରାବାଜି ସହ ହଟ୍ଟଗୋଳ କରିଥିଲେ। ଫଳରେ ଗୃହ ଚାଲିବା ଆଉ ସମ୍ଭବ ନହେବାରୁ ଗୃହକୁ ବାରମ୍ବାର ମୂଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏପରିକି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଥିଲେ। ଏହା ପରେ କଂଗ୍ରେସ ସଭ୍ୟ ଆହୁରି ଉଗ୍ର ହୋଇଥିଲେ। ହେଲେ ମଙ୍ଗଳବାର ସ୍ଥିତି ଥିଲା ଭିନ୍ନ। ବାଚସ୍ପତି ଧାର୍ଯ୍ୟ ସାଢ଼େ ୧୦ରେ ଗୃହକୁ ଆସି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚଳାଇନେଇଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବିଭିନ୍ନ ବିଭାଗର ମନ୍ତ୍ରୀ। ଯଦି ବିରୋଧୀ ଗୃହରେ ଏଭଳି ଶାନ୍ତ ହୋଇ ରୁହନ୍ତି ତାହାଲେ ଏପ୍ରିଲ ୫ ଯାଏ ଚାଲିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଭଲରେ ଶେଷ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking