ଭୁବନେଶ୍ୱର: ଓଡ଼ିଶା ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନ ବନ୍ଦର, ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ ଇଉନି ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ଓ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ମଧ୍ୟ ତା ୩୦.୦୬.୨୦୧୪ ରିଖରେ ହୋଇଥିବା ଚୁକ୍ତିପତ୍ର ଅନୁଯାୟୀ ଏ. ୫୩.୨୭ ସରକାରୀ ଜମି ଏ. ୫୪,୪୩ ବେସରକାରୀ ଜମି ଭାରତୀୟ ବିମାନ ବନ୍ଦର ପ୍ରାଧୁକରଣ ସପକ୍ଷରେ ଲିଜ୍ ଡିଡ୍ କରିବା ପାଇଁ ଷ୍ଟାମ୍ପ ଦେୟ ବାବଦ ଟ. ୩,୩୭, ୧୧,୫୯୬.୬୦ ଓ ପଞ୍ଜୀକରଣ ଦେୟ ବାବଦ ଟ.୧,୩୪,୮୪,୬୩୮.୬୪ ଛାଡ କରିବା ପାଇଁ ପ୍ରସ୍ତାବଟିକୁ ମନ୍ତ୍ରୀମଣ୍ଡଳର ଅନୁମୋଦନ ମିଳିଛି ।
ଦିବ୍ୟାଙ୍ଗ ଜନସାଧରଣଙ୍କୁ ଅଧିକ ସ୍ୱତନ୍ତ୍ର ସେବା ଓ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଅଧିନସ୍ଥ ମିଳିତ ଆଞ୍ଚଳିକ କେନ୍ଦ୍ର, ବଲାଙ୍ଗିରର କଳେବର ବୃଦ୍ଧି ପାଇଁ ବଲାଙ୍ଗିର ତହସିଲ ଅନ୍ତର୍ଗତ ବଲାଙ୍ଗିର “ର’ ମୌଜା ସ୍ଥିତ ଏ. ୧.୭୧୦ ଡି. ସରକାରୀ ଜମିକୁ ବିନା ପ୍ରମିଅମ ଏବଂ ବିନା ଆନୁଷଙ୍ଗିକ ଖର୍ଚ୍ଚରେ କିନ୍ତୁ ବାର୍ଷିକ ଭୂ-ରାଜସ୍ୱ ବାବଦକୁ ଏକର ପ୍ରତି ଟ. ୧୦୦/- ଏବଂ ବାର୍ଷିକ ସେସ୍ ବାବଦକୁ ଭୂ-ରାଜସ୍ତର ଶତକଡା ୭୫ ଭାଗ ଦେୟ ହିସାବରେ ଲିଜ୍ ସୂତ୍ର ପ୍ରଦାନ କରି ଏଥ ନିମନ୍ତେ ଟ.୧୧,୦୭,୫୭,୨୧୩ – ଛାଡ କରିବାକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଚନ କରିଛନ୍ତି ।
୨୦୦୮ ର ଧାରା ୨୬ ରେ ପ୍ରଦର କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର କେବଳ ବାୟୋଡିଜେଲ ଉତ୍ପାଦନ ପାଇଁ ବ୍ୟବହୃତ Methanol (Methyl Alcohol) କୁ Odisha Excise Act,, ୨୦୦୮ ର ପରିସରରୁ ବାଦ୍ ଦେବା ସହିତ କେବଳ ବାୟୋଡିଜେଲ ଉତ୍ପାଦନ ପାଇଁ ଆମଦାନୀ ହେଉଥିବା Methanol (Methyl Alcohol) ଉପରୁ ପ୍ରଚଳିତ Excise Policy ରେ ଉଲ୍ଲେଖିତ Import fee ଏବଂ excise dutyର ଛାର କରିବା ନିଷ୍ପତ୍ତ୍ିକୁ ରାଜ୍ୟ ପନ୍ତ୍ରୀମଣ୍ଡଳରେ କୁହାଯାଇଛି ।










