26.1 C
Bhubaneswar
Wednesday, December 17, 2025
Homeଓଡିଶାଗୃହ ସ୍ୱାଭାବିକ : ଗଙ୍ଗାଜଳ ଛିଞ୍ଚି ବିଜେଡ଼ିର ପ୍ରବେଶ

ଗୃହ ସ୍ୱାଭାବିକ : ଗଙ୍ଗାଜଳ ଛିଞ୍ଚି ବିଜେଡ଼ିର ପ୍ରବେଶ

– ଗୃହ ମଧ୍ୟରେ ଏପରି ନ କରିବାକୁ ବାଚସ୍ପତିଙ୍କ ପରାମର୍ଶ
– ପବିିତ୍ର ଗୃହରେ ଗଙ୍ଗାଜଳ ଛିଞ୍ଚିବାର କିଛି କାରଣନାହିଁ: ପୂଜାରୀ

ଭୁବନେଶ୍ୱର : ଦୀର୍ଘ ଦିନ ପରେ ସ୍ୱାଭାବିକ ହୋଇଛି ଗୃହ। ବିଜେଡି ସଭ୍ୟମାନେ ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚି ପବିତ୍ର କରିବା ପରେ ଗୃହ ପ୍ରବେଶ କରିଛନ୍ତି। ହେଲେ ଗୃହ ମଧ୍ୟରେ ଏପରି ନ କରିବାକୁ ବାଚସ୍ପତି ସୁରମା ପାଢ଼ୀ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ବିଧାନସଭା ଏକ ପବିିତ୍ର ଗୃହ, ଏଠାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବାର କୌଣସି କାରଣ ନାହିଁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରି ପ୍ରକାଶ କରିଥିଲେ। ଫଳରେ ବିଜେଡି ସଭ୍ୟଙ୍କ ଏହି ଗଙ୍ଗାଜଳ ଛିଞ୍ଚାକୁ ନେଇ ଗୃହ ଭିତରେ ଓ ବାହାରେ ଚର୍ଚ୍ଚାର ବିଷୟ ହୋଇଛି। ଗୁରୁବାର ବିନା କଂଗ୍ରେସ ସଭ୍ୟଙ୍କ ଉପସ୍ଥିତିରେ ବିଧାନସଭା ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ ଆସନ ଗ୍ରହଣ କରି ପ୍ରଶ୍ନକାଳ ଆରମ୍ଭ କରିବା ପୂର୍ବରୁ ବିଧାନସଭା ଚାରିପଟେ ଗଙ୍ଗା ଜଳ ଛିଞ୍ଚିଥିଲେ ବିଜେଡି ସଭ୍ୟ। ସେମାନେ ବିଧାନସଭାକୁ ମାଟି କଳସରେ ଆମ୍ବଡାଳ ସହାୟତାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବା ପରେ ଗୃହ ପ୍ରବେଶ କରିଥିଲେ। ବିଜେଡି ସଭ୍ୟଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଥିଲେ ବାଚସ୍ପତି। ଏଥିସହ ବିଭିିନ୍ନ ବିଭାଗର ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ ବି ପ୍ରତିକ୍ରିୟାଶୀଳ ହୋଇଥିଲେ। ଏହା ପରେ ବାଚସ୍ପତି ସୁରୁଖୁରୁରେ ଓ ଯଥାରିତି ଶେଷ କରିଥିଲେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୂଲତବୀ ପ୍ରସ୍ତାବ ଆଲୋଚନା।

ବିଜେଡି ସଭ୍ୟଙ୍କ ଗଙ୍ଗାଜଳ ଛିଞ୍ଚାକୁ ନେଇ ଗୃହ ଭିତରେ ଓ ବାହାରେ ରୋଚକ ସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭା କରିଡରରେ ବି ଖୁସିର ମାହୋଲ ସୃଷ୍ଟି ହୋଇଥିଲା। ବିଜେଡି ପକ୍ଷରୁ ଦଳର ଉପନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଥିଲେ, ବିଧାନସଭା ଅପବିତ୍ର ହୋଇଯାଇଛି। ପୂର୍ବରୁ ଗୃହ ଭିତରକୁ ପୁଲିସ୍ ପଶିନଥିଲା। ହେଲେ ଏବର ବିଜେପି ସରକାରଙ୍କ ସମୟରେ ବିଧାନସଭାରେ ପୁଲିସ୍ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାଦ୍ୱାରା ପବିତ୍ର ଗୃହ ଅପବିତ୍ର ହୋଇଛି। ସେଥିପାଇଁ ଆମଦଳର ସଭ୍ୟମାନେ ଗୃହ ଭିତରେ ଓ ବାହାରେ ଗଙ୍ଗା ଜଳ ଛିଞ୍ଚି ପବିତ୍ର କରିଛନ୍ତି। ବିଜେପି ଏହାର କଡ଼ା ଜବାବ୍ ଦେଇଛି। ରାଜସ୍ୱ ମନ୍ତ୍ରୀ ଶ୍ରୀ କହିଛନ୍ତି ଯେ, ବିଧାନସଭା ଅପବିତ୍ର ହୋଇପାରିବ ନାହିଁ। ପରିତ୍ର ଗୃହରେ ଗଙ୍ଗାଜଳ ଛିଞ୍ଚିବାର କିଛି କାରଣନାହିଁ।’ ଅନ୍ୟପକ୍ଷରେ ବିଜେପି ସଭ୍ୟ ବାବୁ ସିଂ କହିଛନ୍ତି ଯେ, ଆମେ ମହାକୁମ୍ଭରୁ ଜଳ ଆଣିଛୁ। ସେମାନଙ୍କ ଉପରେ ପକାଇ ପବିତ୍ର କରିବୁ।’

ଉଲ୍ଲେଖନୀୟ ଯେ,ଗତ ୭ ମାର୍ଚ୍ଚରୁ ଗୃହ କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ବିରୋଧୀ କଂଗ୍ରେସ ସଦସ୍ୟ ବିଭିନ୍ନ ତରିକା ଅବଲମ୍ବନ କରି ପ୍ରତିବାଦ କରିଥିଲେ। ଫ୍ଲାଗ କାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ମାତ୍ର ୨୦ ମାର୍ଚ୍ଚରୁ କଳା ବ୍ୟାଜ୍‌, କଳା ପୋଷାକ ପରିଧାନ କରି ହୁଇସିଲ ତୂରୀ, ଘଣ୍ଟ ଓ ବଂଶୀ ବଜାଇ ଗୃହକାର୍ଯ୍ୟରେ ବାଧା ପହଞ୍ଚାଇଥିଲେ। ମୋଟ୍ ୧୨ଟି କାର୍ଯ୍ୟ ଦିବସରୁ ୨ଟିରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲିଥିଲା। ଏଥିପାଇଁ ପ୍ରଥମେ ୧୨ ଓ ପରେ ଆଉ ୨ ଜଣ କଂଗ୍ରେସ ସଭ୍ୟଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏହାକୁ ବିରୋଧ କରି ବିଧାନସଭା ପରିମସରରେ ବୁଧବାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ରାତିସାରା ରାସ୍ତାରେ ଧାରଣାରେ ବସିଥିଲେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀ ପତି ଓ ରମେଶ ଜେନା। କଂଗ୍ରେସ ଦଳ ସହ ଯୋଗ ଦେଇଥିଲା ବିଜେଡି। ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ସାମ୍ନାରେ ଧାରଣାରେ ବସିଥିଲେ। ସେହିପରି ଗୁରୁବାର କଂଗ୍ରେସ ପକ୍ଷରୁ ଲୋୟର ପିଏମ୍‌ଜି ଠାରୁ ଆରମ୍ଭ କରି ବିଧାନସଭା ଯାଏଁ କଂଗ୍ରେସର ପ୍ରତିବାଦ ଓ ରାଲି ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking