ଭୁବନେଶ୍ୱର: ଜେଲରେ ଖାଲି ୱାର୍ଡର ପଦବୀ ପୂରଣ ପର୍ଯ୍ୟନ୍ତ ଜଗିବେ ହୋମଗାର୍ଡ । ଅସ୍ଥାୟୀ ଭାବେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ଦରକାର ପଡେ, ନିୟମିତ ନିଯୁକ୍ତି ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ୬ ଶହ ବ୍ୟବସ୍ଥା ପଦବୀ ଖାଲି ପଡିଥିବାରୁ ସୁରକ୍ଷା ଦୃଷ୍ଟିର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ୱାର୍ଡର ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଥିବାରୁ ଦାୟିତ୍ୱରେ ରହିବେ । ଏନେଇ ଜେଲ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଦିଆଯାଇଛି ।










