ଗଜପତି: ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ । ଗୁରୁତର ଅସୁସ୍ତ ହୋଇ ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାତ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ପାରଳାଖେମିଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ରାମଗିରି ଥାନା ଅନ୍ତର୍ଗତ ପରିସର ଗାଁର ସୁଲନ୍ତ ମିଶାଲ । ହୋମଗାର୍ଡ ଚାକିରି ପାଇଁ ଆଜି ସକାଳୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶାରୀରିକ ପରୀକ୍ଷା ହେଉଥିଲା ରାଣୀପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୌଡି ପରୀକ୍ଷା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୌଡିବା ସମୟରେ ଏମାନେ ହଠାତ ତଳେ ପଡିଯିବଆ ପରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ପାରଶଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତର ସୁଲନ୍ତକୁ ମୃତ ଘୋଷଣା କରିଥିଲେ । ଅନ୍ୟ ସାତ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।