14.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ରକ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ବାଲେଶ୍ୱର: ଟ୍ରକ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା  ରୂପଖଣ୍ଡ ଗାଁର ଶୁଶାନ୍ତ ସେଠୀ ସୋର ଥାନାରେ  ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳେ ଚା ପିଇବା ପାଇଁ କଲେଜ ଛକ ନିକଟକୁ  ଯାଇଥିବା ବେଳେ  ସେଠାରୁ ଫେରିବା ସମୟରେ  ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।  ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।   ଜାତୀୟ ରାଜପଥ  ପେଟ୍ରୋଲିଂ  ଗାଡି ଟ୍ରକଟିକୁ ପିଛା କରି  ସିମୁଳିଆ ନିକଟରୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି । ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ପୁଲିସ ଅଟକ ରଖି  ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking