34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଡାକ୍ତରଙ୍କ ବିନା ଘରେ ହେଲା ପ୍ରସବ

ଡାକ୍ତରଙ୍କ ବିନା ଘରେ ହେଲା ପ୍ରସବ

ଚେନ୍ନାଇ: ହ୍ୱାଟସ୍‌ଆପ୍ ଗ୍ରୁପରେ ଡେଲିଭରୀ। ଡାକ୍ତରଙ୍କ ପରାମର୍ଶ ବିନା ଘରେ ହେଲା ପ୍ରସବ। ହ୍ୱାଟସ୍‌ଆପ୍ ଗ୍ରୁପ୍ ମେମ୍ୱରମାନେ ଯେମିତି ପରାମର୍ଶ ଦେଲେ ସେମିତି ପ୍ରସବ କରାଇଲେ ଦମ୍ପତି। କଥାଟା ଅଡ଼ୁଆ ଲାଗୁଛି ନା, ହେଲେ ଏହା ସତ। ଚେନ୍ନାଇର କୁନ୍ଦ୍ରାଥୁରରେ ଏଭଳି ଏକ ଘଟଣା ଘଟିଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଥାଟି ଏତେ ଆଗକୁ ବଢିଲା ଯେ ଶେଷରେ ପୋଲିସକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ପଡ଼ିଲା। ସୂଚନାନୁଯାୟୀ, ଚେନ୍ନାଇର କୁନ୍ଦ୍ରାଥୁରରେ ରହୁଥିବା ୩୬ ବର୍ଷୀୟ ମନୋହର ଏବଂ ତାଙ୍କ ପତ୍ନୀ ସୁକନ୍ୟା ‘ହୋମ୍ ବର୍ଥ ଏକ୍ସପିରିଏନ୍ସ’ ନାମକ ଏକ ହ୍ୱାଟସଆପ୍ ଗ୍ରୁପର ମେମ୍ୱର ଅଛନ୍ତି। ଏହି ଗ୍ରୁପ୍‌?ରେ ଘରେ ପ୍ରସବ କରାଇବା ପାଇଁ ପରାମର୍ଶ ଦିଆଯାଏ।

ମନୋହର ଏବଂ ସୁକନ୍ୟା ମଧ୍ୟ ଡେଲିଭରି କରାଇବା ପାଇଁ ଏହି ଅନଲାଇନ୍ ପ୍ଲାଟଫର୍ମର ସାହାରା ନେଇଥିଲେ। ଯେତେବେଳେ ସୁକନ୍ୟା ଗର୍ଭବତୀ ହେଲେ ସେମାନେ ଡାକ୍ତରଙ୍କ ଠାରୁ ଚିକିତ୍ସା ନକରାଇବା ପାଇଁ ସ୍ଥିର କଲେ। ଏପରିକି ଗର୍ଭାବସ୍ଥା ସମୟରେ ସୁକନ୍ୟା କେବେବି ସ୍ୱାସ୍ଥ୍ୟ ଯାଂଚ୍ କରିନଥିଲେ। ନଭେମ୍ୱର ୧୭ରେ ସୁକନ୍ୟାଙ୍କର ପ୍ରସବ ପୀଡ଼ା ଆରମ୍ଭ ହୋଇଥିଲା। ଏହି ସମୟରେ ଦମ୍ପତି ଡାକ୍ତରଖାନା ଯିବା ବଦଳରେ ହ୍ୱାଟସଆପ୍ ଗ୍ରୁପ୍‌ର ସାହାରା ନେଇଥିଲେ। ଏହି ଗ୍ରୁପ୍‌ରେ ଥିବା ସଦସ୍ୟଙ୍କ ପରାମର୍ଶରେ ମନୋହର ନିଜେ ତାଙ୍କ ପତ୍ନୀଙ୍କ ପ୍ରସବ କରାଇଥିଲେ। ଛୁଆ ମଧ୍ୟ ଜନ୍ମ ହେଲା। ତେବେ ଏହି ଘଟଣାଟି ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣା ପରେ ଜନସ୍ୱାସ୍ଥ୍ୟ ଅଧିକାରୀ କୁନ୍ଦ୍ରାଥୁର ଥାନାରେ ଦମ୍ପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking