18.1 C
Bhubaneswar
Friday, February 13, 2026
Homeଓଡିଶାଆସନ୍ତା ୩୦ରେ ପୁରୀ ଯିବ ଗୃହ କମିଟି

ଆସନ୍ତା ୩୦ରେ ପୁରୀ ଯିବ ଗୃହ କମିଟି

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ଗୃହ ଓ ଆଇନ ବିଭାଗର ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଆସନ୍ତା ୩୦ ତାରିଖରେ ପୁରୀ ଗସ୍ତରେ ଯିବ । ସେଠାରେ ସାମୁଦ୍ରିକ ଥାନା ଓ ପୁରୀ ଜେଲ୍‌ ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ପ୍ରସଙ୍ଗରେ ଜିଲ୍ଲାପାଳ, ଏସ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ସକାଳ ୧୦ଟାରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିରରେ ଚାଲିଥିବା ମରାମତି କାର୍ୟ୍ୟର ସ୍ଥିତି ତଦାରଖ କରିବେ ।
ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଓ ଆଇନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ରଥଯାତ୍ରା ବେଳେ ଶ୍ରଦ୍ଧାଳୁ ରଥରେ ନ ଚଢ଼ିବାକୁ ନେଇ ଦଇତାପତିଙ୍କୁ ଦିଆଯାଉଥିବା କ୍ଷତିପୂରଣ, କୋଠଭୋଗ ଧନ ଯୋଜନା, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଦରମା ଓ ଅନୁଦାନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପ୍ରଭାବିତଙ୍କୁ କ୍ଷତିପୂରଣ ଆଦି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀମାନଙ୍କ ସହ ଗୃହ କମିଟି ଅ।।ଲୋଚନା କରିବେ । ଏହି କମିଟିରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ, ପ୍ରତାପ କେଶରୀ ଦେବ, ଅଶ୍ୱିନୀ କୁମାର ପାତ୍ର, ରାଜେନ୍ଦ୍ର ଢୋଲକିଆ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆଶ୍ରିତ ପଟ୍ଟନାୟକ, ଅଶୋକ ମହାନ୍ତି, ଟଙ୍କଧର ତ୍ରିପାଠୀ, ଗୌରୀଶଙ୍କର ମାଝୀ ଓ ଇରାଶିଷ ଆଚାର୍ୟ୍ୟ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking