29.1 C
Bhubaneswar
Sunday, March 16, 2025
Homeଅପରାଧହୋଲି : ରକ୍ତରେ ଗଲା ୩ ମୁଣ୍ଡ

ହୋଲି : ରକ୍ତରେ ଗଲା ୩ ମୁଣ୍ଡ

ଭୁବନେଶ୍ୱର : ଆଜି ରଙ୍ଗ ପର୍ବ ହୋଲିରକ୍ତ ଛିଟାରେ ଭିଜିଛି ରାଜ୍ୟକାହା ଜୀବନରେ ନୂଆ ରଙ୍ଗ ଲାଗୁଛି  କାହା ଦେହରୁ ଙ୍ଗ ଛାଡ଼ିଯାଉଛିଦିନ ଦ୍ୱିପହରେ  ରାଜ୍ୟରେ ତିନି ତିନୋଟି ମୁଣ୍ଡ ଗଡିଛି । ହୋଲିରେ ରାଜଧାନୀ ଭୁବନେଶ୍ୱରରେ ଛୁରୀ ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି । ଦିନ ଦ୍ୱିପହରେ ଭୁବନେଶ୍ୱର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଏଭଳି ହତ୍ୟାକାଣ୍ଡ ଦେଖାଯାଇଛି । ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଛନ୍ତି ।ସୂଚନା ଅନୁସାରେ , ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ  ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

କେବଳ ରାଜଧାନୀ ନୁହେଁ, ସମ୍ବଲପୁରରେ ମଧ୍ୟ ହତ୍ୟାକାଣ୍ଡ ଦେଖାଦେଇଛି । ହୋଲି ଖେଳକୁ ନେଇ ସମ୍ବଲପୁରରେ ସାହୁ କଲୋନୀରେ ଯୁବକଙ୍କୁ ହତ୍ୟା କରାଯାଇଛି । ଘରୁ ଉଠାଇ ଆଣି ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିସ୍ଥିତି ଶୋକାକୁଳ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପରିବାର  ଲୋକଙ୍କ କହିବା ଅନୁସାରେ ଅଭିଯୁକ୍ତକୁ ଦଣ୍ଡ ମିଳିବା ସହ ଆମକୁ ନ୍ୟାୟ ଦିଆଯାଉ

ସେହିପରି ଆଉ ଏକ ଚାଂଚଲ୍ୟକର ହତ୍ୟାକାଣ୍ଡ ବ୍ରହ୍ମପୁରରେ ଘଟିଛି । ହୋଲି ଅବସରରେ ଭୋଜି ଚାଲିଥିବା ବେଳେ ଯୁବ ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛିଏଭଳି ହତ୍ୟାକାଣ୍ଡ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବ୍ରାହ୍ଣଣ ସାହିରେ ଘଟିଛି । ତେବେ ହତ୍ୟାକାଣ୍ଡ କାହିଁକି ହୋଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking