27.1 C
Bhubaneswar
Wednesday, February 4, 2026
Homeଓଡିଶାଏହି ୫ ପ୍ରକାର ମିଠା ବିନା ଅଧୁରା ହୋଲି

ଏହି ୫ ପ୍ରକାର ମିଠା ବିନା ଅଧୁରା ହୋଲି

ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । କେବଳ ରଙ୍ଗ ଖେଳ ନୁହେଁ ପାରମ୍ପରିକ ଖାଦ୍ୟର ଜମିବ ଆସର । ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ବନ୍ଧୁବାନ୍ଧବଙ୍କ ସହ ହୋଲି ପାଳିବାକୁ ପ୍ରସ୍ତୁତ ଭାରତ । ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ହୋଲିର ବିଭିନ୍ନ ରଙ୍ଗ ଭଳି ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ହୁଏ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ । ଯାହାକି ବିଭିନ୍ନତା ମଧ୍ୟରେ ଭାରତର ଏକତାକୁ ଦର୍ଶାଇଥାଏ । ଦହିବରା ଓ ଠେକୁଆ (ଗୁଡରୁ ପ୍ରସ୍ତୁତ ଏକ ପ୍ରକାର ବିସ୍କୁଟ ଭଳି ବାହାରୁ କ୍ରଞ୍ଚି ଓ ଭିତରୁ ସଫ୍ଟ) ବିନା ବିହାରରେ ହୋଲି ଅଧୁରା । ସେହିପରି ଉତ୍ତର ପ୍ରଦେଶରେ ହୋଲି କଥା ଆସିଲେ ଗୁଜିଆ (ଖୁଆ ଓ ବାଦାମ ପୁରର ଏକ ପିଠା) ଓ କାଞ୍ଜି (ବିଟ୍ ଓ ସୋରିଷରୁ ପ୍ରସ୍ତୁତ ପାନୀୟ)କୁ ବା କେମିତି ବାଦ୍ ଦେଇ ହେବ । ରାଜସ୍ଥାନର ପାରମ୍ପାରିକ ମିଠା ଘେୱର ଓ ଦାଲ୍ କଚୋରୀ ହୋଲି ପର୍ବର ମଜାକୁ ଦିଗୁଣ କରିଦିଏ ।

ସେହିପରି ମହାରାଷ୍ଟ୍ରରେ ହୋଲିରେ ପ୍ରସ୍ତୁତ ହୋଇଥାଏ ଏକ ସ୍ୱତନ୍ତ୍ର ବ୍ୟଞ୍ଜନ । ପୁରନପୋଲି (କ୍ଷୀର, କେଶର ଓ ଡ୍ରାଏଫ୍ରୁଟ୍‌ସ ପୁର ଦିଆ ପିଠା) ପ୍ରତି ମରାଠୀ ଘରେ ହୋଲିରେ ପ୍ରସ୍ତୁତ ହୋଇଥାଏ । ପଶ୍ଚିମବଙ୍ଗରେ ମାଲପୁଆ ସାଙ୍ଗକୁ ବହଳିଆ ରାବିଡି ଓ ଭାଙ୍ଗ ମିଶ୍ରିତ ଥଣ୍ଡା ହୋଲି ସେଲିବ୍ରେସନର ଏକ ଅଂଶ ହୋଇଥାଏ । ପଞ୍ଜାବରେ ବେସନ ସେଉ, ମକା ରୁଟି ସହ ସୋରିଷ ଶାଗ ବିନା ହୋଲି ପାଳିବା ଜରୁରୀ ହୋଇପଡେ । ହୋଲି ପ୍ରକୃତରେ ଭାରତର ବିବିଧ ରାନ୍ଧଣା ଐତିହ୍ୟର ଏକ ଉତ୍ସବ। ଯେଉଁଠି ପ୍ରତ୍ୟେକ ଖାଦ୍ୟ ରଙ୍ଗର ପର୍ବରେ ନିଜସ୍ୱ ସ୍ୱାଦର ସ୍ପର୍ଶ ଯୋଡେ। ଆସନ୍ତୁ ସମଗ୍ର ଭାରତର ପାରମ୍ପରିକ ଖାଦ୍ୟ ଉପରେ ନଜର ପକାଇବା ଯାହାକି ବିଭିନ୍ନ ରାଜ୍ୟର ପ୍ରତୀକାତ୍ମକ ହୋଲି ଖାଦ୍ୟ ଭାବେ ବେଶ ଜଣାଶୁଣା । ଠେକୁଆ ହେଉଛି ଅଟା ଓ ଗୁଡରୁ ପ୍ରସ୍ତୁତ ଏକ ପ୍ରକାର ବିସ୍କୁଟ । କିନ୍ତୁ ସମଗ୍ର ଭାରତରେ ଦହିବରା ପ୍ରସ୍ତୁତ କରାଯାଏ । ହେଲେ ବିହାରର ସଂସ୍କରଣ ଅଧିକ ମସଲାଦାର ଏବଂ ଖଟା। ଏଥିରେ ଭଜା ଜିରା ପାଉଡର ଏବଂ ଲାଲ ଲଙ୍କା ଗୁଣ୍ଡ ପ୍ରଚୁର ମାତ୍ରାରେ ବ୍ୟବହାର କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking