ଭୁବନେଶ୍ୱର: ଚଳିତ ମାସ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ କୋଲ୍କାତାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ହକି ଇଣ୍ଡିଆ ଜୁନିୟର୍ ଇଷ୍ଟ ଜୋନ୍ ଚାମ୍ପିଅନ୍ଶିପ୍ ପାଇଁ ଓଡ଼ିଶା ହକି ଆସୋସିଏସନ୍ ଜୁନିୟର ପୁରୁଷ ଓ ମହିଳା ଦଳ ଘୋଷଣା କରିଛି । ପ୍ରତ୍ୟେକ ଦଳରେ ୧୮ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି । ଚାମ୍ପିଅନ୍ଶିପ୍ରେ ଓଡ଼ିଶା ବ୍ୟତୀତ ଆସାମ, ବେଙ୍ଗଲ, ମଣିପୁର, ଝାଡ଼ଖଣ୍ଡ ଏବଂ ବିହାର ଦଳ ଭାଗ ନେଉଛନ୍ତି । ଉଭୟ ଦଳ ଚାମ୍ପିଅନ୍ଶିପ୍ରେ ଆସମ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ । ପ୍ରତ୍ୟେକ ଦଳରେ ଦୁଇଜଣ ଲେଖାଏଁ ଗୋଲ୍କିପର୍ ରହିଛନ୍ତି । ପୁରୁଷ ଦଳରେ ବିବେକ ଲାକ୍ରା ଓ ଅଭିଷେକ ଯାଦବ ଏବଂ ମହିଳା ଦଳରେ ଅମିଷା କୁଲୁ ଓ ପବିତ୍ରା ହୋଡାମ୍ଙ୍କୁ ସ୍ଥାନ ମିଳିଛି ।
ପୁରୁଷ ଦଳ ଚୟନକୁ ନେଇ ମୁଖ୍ୟ କୋଚ୍ ଲକ୍ଷ୍ମୀନାରାୟଣ ପିଟ୍ଟି ଆତ୍ମବିଶ୍ୱାସର ସହ କହିଛନ୍ତି, ଆମ ଖେଳାଳିମାନେ କଠିନ ଟ୍ରେନିଂ କରିଥିବା ବେଳେ ପରସ୍ପରର ଗେମ୍ପ୍ଲାନ୍କୁ ନେଇ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି । ସେମାନଙ୍କ କୌଶଳ ଓ ପ୍ରସ୍ତୁତିର ମୂଲ୍ୟାୟଙ୍କନ ପାଇଁ ପ୍ରଥମ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ । ଟିମ୍ ଉଭୟ ଶାରୀରିକ ଏବଂ ମାନସିକ ମନୋବଳ ଦୃଢ଼ ଥିବାବେଳେ ଚାମ୍ପିଅନ୍ଶିପ୍ରେ ଉନ୍ନତ ଫଳାଫଳ ପାଇଁ କୋଚ୍ ପିଟ୍ଟି ଆଶାବାଦୀ ବୋଲି କହିଛନ୍ତି । ଓଡ଼ିଶା ହକି ଆସୋସିଏସନ୍ ଟିମ୍କୁ ଶୁକାମନା ଜଣାଇବା ସହ ଖେଳାଳିମାନେ ରାଜ୍ୟକୁ ଗୌରବାନ୍ୱିତ କରିବାରେ ବୋଲି ଆଶା ପ୍ରକାଶ କରିଛି । ସେହିପରି ମହିଳା ଦଳକୁ ନେଇ ମୁଖ୍ୟ କୋଚ୍ ପିନ୍ହାସ୍ ଦାସଙ୍କ ଢେର୍ ଆତ୍ମବିଶ୍ୱାସ ରହିଛି । ଚାମ୍ପିଅନ୍ଶିପ୍ ପାଇଁ ଉଭୟ ଦଳକୁ ଓଡ଼ିଶା ହକି ଆସୋସିଏସନ୍ ଶୁଭକାମନା ଜଣାଇବା ସହ ଖେଳାଳିମାନେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛି ।
ଓଡ଼ିଶା ପୁରୁଷ ଜୁନିୟର୍ ଦଳ: ଗୋଲ୍କିପର୍- ବିବେକ ଲାକ୍ରା, ଅଭିଷେକ ଯାଦବ; ଡିଫେଣ୍ଡର୍- ଅଙ୍କିତ ଜୋଜୋ, ଅଭିଷେକ ଟପ୍ପୋ, ନିତେଶ ମିଞ୍ଜ୍, ସନ୍ଦୀପ ଏକ୍କା, ପ୍ରଦୀପ ମଣ୍ଡଳ, ସୁଜିତ ତିର୍କୀ; ମିଡ୍ଫିଲ୍ଡର୍- ଅଦ୍ରୋହିତ ଏକ୍କା, ସଚିନ୍ କି୍େଡା, ପ୍ରେମଦ୍ୟାଲ୍ ଗିରି, ରୋହିତ କୁଲୁ, ସୁରେଶ ଶର୍ମା; ଫରୱାର୍ଡ: କରନ୍ ଲାକ୍ରା, ଦୀପକ ପ୍ରଧାନ, ଦେବୋନାଥ ନାନ୍ୱାର୍, ଆର୍ଯ୍ୟନ୍ ଖେସ୍, ସୁନୀଲ୍ ଲାକ୍ରା ।
ଓଡ଼ିଶା ମହିଳା ଜୁନିୟର୍ ଦଳ: ଗୋଲ୍କିପର୍- ଅମିଷା କୁଲୁ, ପବିତ୍ରା ହୋଡାମ; ଡିଫେଣ୍ଡର୍- ସୋନିଲି ଏକ୍କା, ନିହାରିକା ଟପ୍ପୋ, ଅହଲ୍ୟା ଲାକ୍ରା, ପୂଜା ରାମଛୁରିଆ, ପ୍ରେମଶିଳା ବାଗେ, ପ୍ରିୟଙ୍କା କୁଜୁର; ମିଡ୍ଫିଲ୍ଡର- ସୁପ୍ରିୟା, ଅମିଷା ଏକ୍କା, ରମ୍ଭା କୁଜୁର, ଜାହ୍ମବୀ ବାଡ଼ା, ଦ୍ରୁପତି ନାଏକ; ଫରୱାର୍ଡ- ଡୋଲି ଭୋଇ, ପ୍ରିୟଙ୍କା ଟପ୍ପୋ, ଯଶୋଦା, ଜ୍ୟୋତି ଖାକା, ଅନୁଷ୍କା ଭାୱରେ ।