27.1 C
Bhubaneswar
Thursday, June 26, 2025
Homeଓଡିଶାଏସବିଆଇ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସିଜିଏମ୍‌‍ଙ୍କ ଦୃଷ୍ଟି ଆକର୍ଷଣ କଲା ଏଚ୍‌‍ଏମ୍‌‍ଏସ୍‌‍

ଏସବିଆଇ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସିଜିଏମ୍‌‍ଙ୍କ ଦୃଷ୍ଟି ଆକର୍ଷଣ କଲା ଏଚ୍‌‍ଏମ୍‌‍ଏସ୍‌‍

ବ୍ରହ୍ମପୁର: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଏସବିଆଇ ମୁଖ୍ୟ (ସିଜିଏମ୍‌‍)ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହିନ୍ଦ ମଜଦୁର ସଭା (ଏଚଏମଏସ) ଉପସଭାପତି ତଥା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ଉପଦେଷ୍ଟା ରବି ରଥ । ଶ୍ରୀ ରଥ ଏକ ପତ୍ର ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀମାନେ ଗତ ଜାନୁଆରୀ ରୁ ମଇ ୨୦୨୫ ଗତ ପାଞ୍ଚ ମାସ ଧରି ସେମାନଙ୍କ ସ୍ଵଳ୍ପ ପାରିଶ୍ରମିକ ପାଇନଥିବା ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟ ପାଇଁ ନିଯୁକ୍ତିଦାତାଙ୍କ ଦାୟିତ୍ଵହୀନତା ଯୋଗୁଁ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହିତ ଗତ ମାସ ଧରି ଆଉଟସୋର୍ସିଂ କର୍ମଚାରୀଙ୍କ ଇପିଏଫ କଟା ଯାଉନଥିବା ଜଣାପଡ଼ିଛି ।

ଉକ୍ତ କର୍ମଚାରୀମାନେ ସକାଳ ୯ ରୁ ରାତି ୯ଟା ଯାଏଁ ୧୨ ଘଣ୍ଟା ପରିଶ୍ରମ କରୁଥିବା ଏବଂ ମାସକର ୬ ଦିନ ଛୁଟିରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ମିଳୁନାହିଁ ଏବଂ ବାର୍ଷିକ ବୋନସ ମଧ୍ୟ ପାଉନାହାନ୍ତି । ଶ୍ରମ ଆଇନ ଅନୁସାରେ ସେମାନେ ଅତିରିକ୍ତ ଭତ୍ତା ପାଇବା କଥା । ଇତିମଧ୍ୟରେ ଦାବିଗୁଡ଼ିକ ସମ୍ପର୍କରେ କେନ୍ଦ୍ରୀୟ ଶ୍ରମ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଶ୍ରମ କମିଶନରଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ମଚାରୀ ଏବଂ ସଂଗଠନର କର୍ମକର୍ତ୍ତାମାନଙ୍କ ମିଳିତ ଉପସ୍ଥିତିରେ ଏହାର ସମାଧାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଶ୍ରୀ ରଥ ଅଭିଯୋଗ କରିଛନ୍ତି । ତୁରନ୍ତ କର୍ମଚାରୀମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ସମ୍ପର୍କରେ ଦୃଷ୍ଟି ଦେବେ ବୋଲି ସିଜିଏମ୍‌‍ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking