25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶତ୍ରିପୁରାରେ ଚିତା ବଢ଼ାଇଲାଣି ଏଚ୍‌ଆଇଭି ସଂକ୍ରମଣ ; ଗଲାଣି ୪୭ ଜୀବନ

ତ୍ରିପୁରାରେ ଚିତା ବଢ଼ାଇଲାଣି ଏଚ୍‌ଆଇଭି ସଂକ୍ରମଣ ; ଗଲାଣି ୪୭ ଜୀବନ

ଅଗରତଲା : ତ୍ରିପୁରାରେ ଚିତା ବଢ଼ାଇଲାଣି ଏଚ୍‌ଆଇଭି ସଂକ୍ରମଣ । ଏଥିଯୋଗୁ ୪୭ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୮୨୮ ଏଚ୍‌ଆଇଭି ପଜିଟିଭ୍‌ ଛାତ୍ର ଚିହ୍ନଟ ହୋଇଛନ୍ତି। ତ୍ରିପୁରା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟିର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ୮୨୮ ଏଚ୍‌ଆଇଭି ପଜିଟିଭ୍‌ଙ୍କ ମଧ୍ୟରୁ ଏବେ ୫୭୨ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନେକ ଛାତ୍ର ପ୍ରତିଷ୍ଠିତ ପ୍ରତିଷ୍ଠାନରୁ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ତ୍ରିପୁରାରୁ ବାହାରକୁ ଯାଇଥିଲେ। ତ୍ରିପୁରା ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ୨୨୦ ବିଦ୍ୟାଳୟ ଓ ୨୪ କଲେଜ ଏବଂ ବିଶ୍ବବିଦ୍ୟାଳୟର ଏଭଳି ଛାତ୍ରମାନଙ୍କୁ ଚିହ୍ନଟ କରିଛି। ଏମାନେ ନିଶାକ୍ତ ଔଷଧ ସେବନ କରିଛନ୍ତି ବୋଲି ଜଣାପଡ଼ିଛି। ଅଧିକାରୀ କହିଛନ୍ତି, କିଛି ଦିନ ହେଲା ପ୍ରତ୍ୟେକ ଦିନ ୫ରୁ ୭ ସଂକ୍ରମିତ ଚିହ୍ନଟ ହେଉଛି। ତେବେ ଆଉ ଜଣେ ଅଧିକାରୀ କହିଛନ୍ତି, ୨୦୨୪ ମେ’ ମାସ ପର୍ଯ୍ୟନ୍ତ ଆମ କେନ୍ଦ୍ରରେ ୮୭୨୯ ଜଣ ଲୋକ ପଂଜୀକରଣ କରିଥିଲେ। ଏଚ୍‌ଆଇଭିରେ ସମ୍ଭାବିତ ପୀଡିତଙ୍କ ମୋଟ ସଂଖ୍ୟା ୫୬୭୪ ଥିଲା। ଏଥିରେ ୪୫୭୦ ଜଣ ପୁରୁଷ ଓ ୧୧୦୩ ଜଣ ମହିଳା ଥିଲେ। ଏଥିରେ କେବଳ ଜଣେ ରୋଗୀ କିନ୍ନର। ଏଚଆଇଭି ସଂକ୍ରମଣର କାରଣ ନିଶାକ୍ତ ଦ୍ରବ୍ୟ ସେବନ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking