27.1 C
Bhubaneswar
Monday, March 30, 2026
Homeଓଡିଶାଇତିହାସ ରଚିଲେ କାଶିକା ମିଶ୍ର

ଇତିହାସ ରଚିଲେ କାଶିକା ମିଶ୍ର

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଝିଅ ଭାବେ କୌଣସି ସମ୍ମାନଜନକ ଇଣ୍ଡିଆନ୍ ଗଲ୍ଫ ୟୁନିୟନ୍ (ଆଇଜିୟୁ) ଚାମ୍ପିଅନ୍‌ଶିପ୍‌ରେ ଜିତି କାଶିକା ମିଶ୍ର ଇତିହାସ ରଚିଛନ୍ତି। ନୂଆଦିଲ୍ଲୀର ଜେପି ଗ୍ରୀନ୍ସରେ ଚଳିତ ମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆଇଜିୟୁ ଉତ୍ତର ଭାରତ ମହିଳା ଓ ଜୁନିୟର୍ ବାଳିକା ଚାମ୍ପିଅନ୍‌ଶିପ୍‌ର ସମସ୍ତ ବର୍ଗ ଏ’ (୧୫ରୁ ୧୮ ବର୍ଷ) ଏବଂ ଓପନ୍ (ସିନିୟର୍ ଆମେଚର୍‌)ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୧୭ ବର୍ଷୀୟା କାଶିକା ଜଣେ ଜୁନିୟର୍ ଖେଳାଳି ହୋଇଥିବା ସତ୍ତ୍ୱେ ସେ ଏହି ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି। ବର୍ଷକୁ ପ୍ରାୟ ୯ଟି ଆଇଜିୟୁ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହୋଇଥାଏ, ଯାହା ଖେଳାଳିଙ୍କ ଜାତୀୟ ର‌୍ୟାଙ୍କିଙ୍ଗ୍ ନିର୍ଦ୍ଧାରିତ କରିଥାଏ। ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ଦିନ ପଞ୍ଚମ ସ୍ଥାନରେ ଥିବା କାଶିକା ଚମତ୍କାର ପ୍ରଦର୍ଶନ କରି ତୃତୀୟ ଏବଂ ଅନ୍ତିମ ଦିନରେ ୧୧ ଅଣ୍ଡର ପାର୍ ସ୍କୋର୍ ସହ ବିଜୟୀ ହୋଇଥିଲେ। ଏହା ସହିତ ସେ ରନର୍ସ÷ପ୍ ମନ୍ନତ ବ୍ରାର୍‌ଙ୍କଠାରୁ ୪ ଷ୍ଟ୍ରୋକ୍‌ର ଅଗ୍ରଣୀ ମଧ୍ୟ ଲାଭ କରିଛନ୍ତି। ୨୦୨୩ ମେ’ ମାସରେ ୱାର୍ଲ୍ଡ ଆମେଚର୍ ଗଲ୍‌ଫ ର‌୍ୟାଙ୍କିଙ୍ଗ୍ (ଡବ୍ଲ୍ୟୁଏଜିଆର୍‌) ହାସଲ କରିବାରେ କାଶିକା ପ୍ରଥମ ଓଡ଼ିଆ ହୋଇଥିଲେ। ସେ ନଭେମ୍ବର ୨୦୨୩ରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ବେଳେ ତାଇୱାନ୍‌, ଥାଇଲାଣ୍ଡ ଓ ମାଲେସିଆରେ ଆୟୋଜିତ ଭିନ୍ନ ଇଭେଣ୍ଟ୍‌ରେ ଭାରତ ପକ୍ଷରୁ ଭାଗ ମଧ୍ୟ ନେଇଛନ୍ତି। ଏବେ କାଶିକା ଭାରତର ଶୀର୍ଷ ୧୦ ଆମେଚର୍ ଗଲ୍‌ଫର୍‌ଙ୍କ ସୂଚୀରେ ସାମିଲ ହୋଇଛନ୍ତି ଏବଂ ଏହି ବିଜୟରୁ ୫୦ ପଏଣ୍ଟ୍ ହାସଲ କରିବା ପରେ ଭାରତର ଶୀର୍ଷ ୫ ଖେଳାଳିଙ୍କ ନିକଟତର ହେବେ। ଦିଲ୍ଲୀ ଗଲ୍‌ଫ କ୍ଲବ୍ କାଶିକାଙ୍କ ଘରୋଇ କ୍ଲବ୍ ହୋଇଥିବା ବେଳେ ସେ ଭୁବନେଶ୍ୱର ଗଲ୍‌ଫ୍ କ୍ଲବ୍‌ର ଜଣେ ସଦସ୍ୟ ମଧ୍ୟ ଅଛନ୍ତି ଏବଂ କ୍ଲବ୍ ତାଙ୍କୁ ସହାୟତା ମଧ୍ୟ କରୁଛି। ଏହି ବିଜୟ ପାଇଁ ସେ ତାଙ୍କ କୋଚ୍‌, ଭୁବନେଶ୍ୱର ଗଲଫ୍ କ୍ଲବ୍‌, ଓଡ଼ିଶା ସରକାର ଏବଂ ରାଜ୍ୟର ଲୋକମାନଙ୍କୁ ସେମାନଙ୍କ ସହଯୋଗ ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। କାଶିକା କହିଛନ୍ତି, ଏହା ପ୍ରଭୁ ଜଗନ୍ନାଥ ଓ ତାଙ୍କ ପିତା-ମାତାଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking