25.1 C
Bhubaneswar
Thursday, March 26, 2026
Homeଓଡିଶାଟଙ୍କପାଣି କୁଆଖାଇ ନଦୀ ପଠାରେ ଐତିହାସିକ ‘ଏକାମ୍ର ବାଲିଯାତ୍ରା’

ଟଙ୍କପାଣି କୁଆଖାଇ ନଦୀ ପଠାରେ ଐତିହାସିକ ‘ଏକାମ୍ର ବାଲିଯାତ୍ରା’

ଭୁବନେଶ୍ୱର: ବାସୁଆଘାଇ ପଞ୍ଚାୟତ ଅଧିନସ୍ଥ କୁଆଖାଇ ନଦୀ ପଠାରେ ପ୍ରଥମକରି ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହାର ନାମ ରହିଛି ‘ଏକାମ୍ର ବାଲଇଯାତ୍ରା ମହୋତ୍ସବ’। ତାହା କଟକ ଓ ପାରାଦ୍ୱୀପ ପରେ ରାଜ୍ୟର ତୃତୀୟ ବୃହତ୍ ବାଲିଯାତ୍ରା ହେବ ବୋଲି ଆୟୋଜକମାନେ ଦାବି କରିଛନ୍ତି। ବାଲିଯାତ୍ରା କମିଟିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ଆମ ଓଡ଼ିଆ ଜାତିର ପାରମ୍ପରିକ ସଂସ୍କୃତିକୁ ବଜାଇ ରଖିବା ନିମନ୍ତେ ଏଭଳି ବାଲିଯାତ୍ରା ଆୟୋଜନ କରାଯାଉଛି ଓ କାର୍ତ୍ତିକ ପୁର୍ଣିମା ଦିନରୁ ଏହି ବୋଇତ ବନ୍ଦାଣ(ନଭେମ୍ବର ୧୫) ଉତ୍ସବର ଶୁଭାରମ୍ଭ ହେବ। ସାତ ଦିନ ଧରି ତାହା ଚାଲିବ।

ପ୍ରାୟ ଦେଢ଼ ହଜାର ଷ୍ଟଲ ପକାଇବା ନେଇ ପ୍ରସ୍ତାବ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମୀ ଦାମୀ କଳାକାର ଏଠି କଳା ପରିବେଷଣ କରିବେ। ଜନସାଧାରଣଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ହେବା ସହ ଗାଡ଼ି ପାର୍କିଂର ସୁବନ୍ଦୋବସ୍ତ ହୋଇଛି। ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଆସି ଏହି ବାଲିଯାତ୍ରାରେ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ଟଙ୍କପାଣି ବ୍ରିଜ ସନ୍ନିକଟ ନଦୀ ପଠାରେ ଏହି ଐତିହାସିକ ବାଲିଯାତ୍ରା ହେବ ବୋଲି ଗତ ଶାରଦୀୟ ଦୁର୍ଗାପୂଜାରେ ପୂଜାକମିଟି ସଦସ୍ୟମାନେ ଘୋଷଣା କରିଥିଲେ। ଏହା ପରେ ପଞ୍ଚାୟତ ଅନ୍ତର୍ଗତ ବାଙ୍କୁଆଳ, ବାସୁଆଘାଇ, କେଶୁରା, କୋରଡ଼କଣ୍ଟା ଆଦି ଗ୍ରାମର ମୁଖିଆମାନେ ଏଭଳି ଐତିହାସିକ ବାଲିଯାତ୍ରାକୁ ସଫଳ କରିବାକୁ ଏକାଠି ହୋଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ଅନୁମୋଦନ ମିଳିବା ପରେ ଏହି ସ୍ଥାନରେ ବଡ଼ ଧରଣର ବାଲିଯାତ୍ରା ହେବା ନେଇ ବାଟ ଖୋଲିଛି ।

ବାଲିଯାତ୍ରାକୁ ଆଉ ପ୍ରାୟ ପନ୍ଦର ଦିନ ବାକି ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଜେସବି ଓ ମେସିନ ଜରିଆରେ ଚିହ୍ନଟ ସ୍ଥଳକୁ ଦିନ ରାତି ପରିଷ୍କାର ପରିଚ୍ଛନ୍ନ କରାଯାଉଛି। ନୀଚା ସ୍ଥାନରେ ବାଲି ଓ ପଥର ଗୁଣ୍ଡ ପକାଯାଇ ସମାନ କରାଯାଇଛି। ତେବେ ବାସୁଆଘାଇ ପଞ୍ଚାୟତ ଅଧିନସ୍ଥ କୁଆଖାଇ ନଦୀ ପଠାରେ ବାଲିଯାତ୍ରା ହେବା କଥା ପ୍ରଚାର ହେବା ମାତ୍ରେ ଆଖପାଖ ଗାଁ ଲୋକେ ଆତ୍ମବିଭୋର ହୋଇପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking