18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶପିଲାଙ୍କୁ ପାଠ ପଢାଇଲେ ମହାମହିମ ରାଷ୍ଟ୍ରପତି

ପିଲାଙ୍କୁ ପାଠ ପଢାଇଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।ରାଷ୍ଟ୍ରପତି ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ ପଢ଼ାଇଛନ୍ତି। ସେ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେପରିକି ଆମର କେତୋଟି ଋତୁ। ସେଥିମଧ୍ୟରୁ ଆମେ କେଉଁ ଋତୁକୁ ଅନୁଭବ କରୁଛେ। ପିଲାମାନେ ମଧ୍ୟ ଖୁବ୍‌ ସୁନ୍ଦର ଭାବେ ଉତ୍ତର ରଖିଛନ୍ତି। ପିଲାମାନେ କହିଥିଲେ, ଆମେ ୩ଟି ଋତୁକୁ ଅନୁଭବ କରୁଛେ।ରାଷ୍ଟ୍ରପତି ପୁଣି ପଚାରିଥିଲେ କେଉଁ ଋତୁକୁ ସବୁଠୁ ଅଧିକ ଅନୁଭବ କରୁଛେ। ଜଣେ ଛାତ୍ରୀ ଉତ୍ତର ଦେଇଥିଲେ ଗ୍ରୀଷ୍ମ ଋତୁ। ରାଷ୍ଟ୍ରପତି କହିଥିଲେ ଏହାର କାରଣ ହେଉଛି ଗ୍ଲୋବାଲ ଓ୍ବାର୍ମିଂ ବା ପରିବେଶ ପ୍ରଦୂଷଣ। ରାଷ୍ଟ୍ରପତି ବହୁତ ଖୁସି ଥିଲେ ପିଲାମାନଙ୍କ ସହ ମିଶି। ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବହୁତ ଆନନ୍ଦିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking