19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବାଂଲାଦେଶରେ ମନ୍ଦିର ଯାଉଥିବା ହିନ୍ଦୁ ଯୁବକଙ୍କୁ ଉଠ୍‌ବସ୍ କରାଇଲେ

ବାଂଲାଦେଶରେ ମନ୍ଦିର ଯାଉଥିବା ହିନ୍ଦୁ ଯୁବକଙ୍କୁ ଉଠ୍‌ବସ୍ କରାଇଲେ

ଢ଼ାକା: ବାଂଲାଦେଶର ଏକ ମନ୍ଦିର ସମ୍ମୁଖରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ଘେରିଯାଇ ଜୋର ଜବରଦସ୍ତି କାନ ଧରି ଉଠବସ୍ କରାଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ଯୁବକଜଣକ ମନ୍ଦିର ଯାଉଥିବାରୁ ସର୍ବସମ୍ମୁଖରେ ତାଙ୍କୁ ଏପରି ଶାସ୍ତି ଦିଆଯାଇଥିବା ଏବଂ ଭୁଲ୍ ମାଗିବାକୁ ବାଧ୍ୟ କରାଯାଉଥିବା ସ୍ପଷ୍ଟ ଜଣାପଡୁଛି। ଗୋଟିଏ ପଟେ ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରସଙ୍ଗ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଏବେ ଏପ୍ରକାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ବାଂଲାଦେଶର ବାସ୍ତବିକ ସ୍ଥିତିକୁ ପଦାରେ ପକାଇଦେଇଛି। ମୋଟାମୋଟି ଭାବେ କହିବାକୁ ଗଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁ ଗୋଷ୍ଠୀଙ୍କ ପାଇଁ ବାଂଲାଦେଶ ଏବେ ନର୍କ ପାଲଟିଯାଇଛି।

ବାଂଲାଦେଶରେ ସଂଖ୍ୟାଲଘୁମାନେ ସୁରକ୍ଷିତ ନ ଥିବା ବେଳେ ବାରମ୍ବାର ସେମାନଙ୍କ ଉପରକୁ ଆକ୍ରମଣ ହେଉଛି। ଏପରିକି ସେମାନଙ୍କ ବ୍ୟକ୍ତିଗତ ଅଧିକାରରେ ବାଧା ସୃଷ୍ଟି କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଆରମ୍ଭ ହୋଇଥିବା ବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଛି। ସଂଖ୍ୟାବହୁଳ ଅର୍ଥାତ୍ ମୁସଲିମ୍ ସମ୍ପ୍ରଦାୟର ଲୋକେ ଏକଜୁଟ୍ ହୋଇ ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ ଏଠାେରେ ଥିବା ମନ୍ଦିର ଓ ଭଗବାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଭଙ୍ଗାଯିବା ସହ ବିକୃତ କରାଯାଉଛି। ଏପରିକି ସେମାନେ ଘରୁ ବାହାରିଲେ, ମନ୍ଦିର ଗଲେ ମଧ୍ୟ ବିରୋଧ କରାଯାଉଛି, ଆକ୍ରମଣ କରାଯାଉଛି। ହିନ୍ଦୁବର୍ଗର ମହିଳାମାନେ ହାତରେ ଲାଲସୁତା କି ମଥାରେ ବିନ୍ଦି ଲଗାଇ ପାରିବେନି। ଏସବୁ ସତ୍ତ୍ୱେ ଅନ୍ତରାଷ୍ଟ୍ରୀୟ ସମୁଦାୟ କେବଳ ମୁକସାକ୍ଷୀ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking