13.1 C
Bhubaneswar
Monday, January 19, 2026
Homeଅପରାଧହିନ୍ଦୁ ମନ୍ଦିର ଆକ୍ରମଣ ଘଟଣା: ପୂଜକ ନିଲମ୍ବିତ

ହିନ୍ଦୁ ମନ୍ଦିର ଆକ୍ରମଣ ଘଟଣା: ପୂଜକ ନିଲମ୍ବିତ

କାନାଡ଼ା: କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଥିବା ଭକ୍ତଙ୍କ ଉପରେ ଗତ ୩ ତାରିଖରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହି ଘଟଣାରେ କାନଡା ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଉକ୍ତ ମନ୍ଦିରର ପୂଜକଙ୍କୁ ନିଲମ୍ବିତ କରିଛନ୍ତି। ନିଜ ଭାଷଣ ମାଧ୍ୟମରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା କାନାଡ଼ା ପକ୍ଷରୁ କୁହାଯାଇଛି। ଗତ ୩ ତାରିଖରେ କାନାଡାର ବ୍ରାମ୍ପଟନ୍‌ ସହରରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ଖଲିସ୍ତାନୀ ସମର୍ଥକମାନେ ଠେଙ୍ଗା ବାଡ଼ି ଧରି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଥିବା ଭକ୍ତମାନଙ୍କୁ ସେମାନେ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ହମ୍‌ଲା ସମୟରେ ଆକ୍ରମଣକାରୀମାନେ ଖଲିସ୍ତାନୀ ପତକା ଦେଖାଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking