25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶତିରୁପତି ମନ୍ଦିରରେ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଭିଆରଏସ ନିଅ ନଚେତ୍ ବଦଳି

ତିରୁପତି ମନ୍ଦିରରେ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଭିଆରଏସ ନିଅ ନଚେତ୍ ବଦଳି

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ତିରୁପତୀ ବାଲାଜୀ ମନ୍ଦିରରେ ଥିବା ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ହୋଇଛି । ତାଙ୍କ ସାମ୍ନାରେ ଦୁଇଟି ବିକଳ୍ପ ରଖାଯାଇଛି । ସ୍ୱେଚ୍ଛାକୃତ ଅବସର ନିଅ ନଚେତ ବଦଳି କରାଯିବ । ଏପରି ନିର୍ଦ୍ଦେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମନ୍ଦିରରେ ଗଠିତ ତିରୁମାଳା ତିରୁପତି ଦେବସ୍ଥାନମ ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି । ପ୍ରସ୍ତାବ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରନ୍ତୁ ।

ନଚେତ୍ ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗରୁ ବଦଳି ନେଇ ପ୍ରସ୍ତୁତ ରୁହନ୍ତୁ । ଏହି ଦୁଇଟି ବିକଳ୍ପରୁ ଗୋଟିଏ ବାଛିବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ୍ୟ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ତିରୁପତି ଦେବସ୍ଥାନମର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଟିଟିଡିର ନୂଆ ନିଷ୍ପତ୍ତି ବୋର୍ଡର ୭ ହଜାର ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କ ଉପରେ ପ୍ରଭାବ ପକାଇ ପାରେ । ୧୪ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଟିଟିଡିରେ କାମ କରନ୍ତି । ଟିଟିଡି ଏକ ସ୍ୱାଧୀନ ସରକାରୀ ଟ୍ରଷ୍ଟ । ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ତିରୁମାଳା ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking