21.1 C
Bhubaneswar
Tuesday, December 23, 2025
Homeଦେଶ ବିଦେଶହିନ୍ଦୀ ସାହିତ୍ୟିକ ବିନୋଦ କୁମାର ଶୁକ୍ଲାଙ୍କ ପରଲୋକ

ହିନ୍ଦୀ ସାହିତ୍ୟିକ ବିନୋଦ କୁମାର ଶୁକ୍ଲାଙ୍କ ପରଲୋକ

ନୂଆଦିଲ୍ଲୀ : ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଏବଂ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଲାଙ୍କର 89 ବର୍ଷ ବୟସରେ ପରଲୋକ ହୋଇଛି। ରାୟପୁର ଏମ୍ସ ରିପୋର୍ଟ କରିଛି ଯେ ସେ ମଙ୍ଗଳବାର (ଡିସେମ୍ବର 23, 2025) ଅପରାହ୍ନ ପ୍ରାୟ 4:58 ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଗତ ମାସ 1 ନଭେମ୍ବରରେ ବିନୋଦ କୁମାର ଶୁକ୍ଲାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।ରିପୋର୍ଟ ଅନୁଯାୟୀ, ବିନୋଦ କୁମାର ଶୁକ୍ଳାଙ୍କ ପୁଅ ଶାଶ୍ୱତ ଶୁକ୍ଳା କହିଛନ୍ତି ଯେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ଚଳିତ ମାସ ୨ ତାରିଖରେ ରାୟପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା । ବିନୋଦ ଶୁକ୍ଳାଙ୍କ ପରିବାରରେ ତାଙ୍କ ପତ୍ନୀ, ପୁଅ ଶାଶ୍ୱତ ଏବଂ ଗୋଟିଏ ଝିଅ ଅଛନ୍ତି। ଶାଶ୍ୱତ କହିଛନ୍ତି ଯେ ଶୁକ୍ଳାଙ୍କ ମୃତଦେହକୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking