ନୂଆଦିଲ୍ଲୀ: କ୍ୟାନ୍ସର ଭିତରେ ନିଜର ବିଗୁଡୁଥିବା ସ୍ବାସ୍ଥ୍ୟବସ୍ଥାକୁ ନେଇ ଅଭିନେତ୍ରୀ ହୀନା ଖାନ୍ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ନିଜ ୱେବସିରିଜ୍ ‘ଗୃହଲକ୍ଷ୍ମୀ’ କୁ ନେଇ ଲଗାତାର ପ୍ରମୋଶନ୍ କରୁଥିବା ହୀନାଙ୍କ ବିଗୁଡୁଥିବା ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଫ୍ୟାନ୍ସ । ତେବେ ନିକଟରେ ହୀନା ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି । ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି ଏବଂ କାନ୍ଦି କାନ୍ଦି କହୁଛନ୍ତି ‘ମୁଁ ନିୟମିତ ମେଡିସିନ୍ ଖାଉଛି କିନ୍ତୁ କିଛି ବି ମେଡିସିନ୍ କାମ କରୁନାହିଁ । କ୍ୟାନ୍ସର ମୁକାବିଲା ଏକ ଲମ୍ବା ପ୍ରୋସେସ୍ , କିନ୍ତୁ କ’ଣ କରିବା ଏଇତ ଜୀବନ ’ । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ଇମୋସନାଲ୍ ହୋଇ ଭଗବାନ ତାଙ୍କୁ ଜଲଦି ଠିକ୍ କରିଦେବା ପାଇଁ ପ୍ରାର୍ଥନା କରିଛନ୍ତି । ଷ୍ଟେଜ୍ – ୩ ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡିତ ହୀନା ଜିଇଁବାର ଆଶା ଛାଡୁଥିବା ଦେଖି ‘ଷ୍ଟେ ଷ୍ଟ୍ରଙ୍ଗ୍ ଶେର୍ ଖାନ୍’ ବୋଲି କହୁଛନ୍ତି ତାଙ୍କର ଶୁଭଚିନ୍ତକ । ହୀନା ଖାନଙ୍କୁ ପ୍ରଶଂସକ ଶ୍ରଦ୍ଧାରେ ଶେର୍ ଖାନ୍ ବୋଲି ମଧ୍ୟ କୁହନ୍ତି ।
https://www.youtube.com/watch?v=dBTpdovZQok